ଭାରତ-ପାକ୍ ସେନା ମୁହାଁମୁହିଁ: ରାଜୌରୀ ଓ ପୁଞ୍ଚରେ ପାକିସ୍ତାନ ତରଫରୁ ଫାୟାରିଂ, ଭାରତର ମୁହଁତୋଡ ଜବାବ

source:indianexpress.com
ଶ୍ରୀନଗର ୨୬/୨: ସୀମାରେ ଭାରତ-ପାକ୍ ସେନା ମୁହାଁମୁହିଁ । ଭାରତ ଓ ପାକିସ୍ତାନ ମଧ୍ଯରେ ଗୁଳିମାଡ ଆରମ୍ଭ ହୋଇଯାଇଛି । ଏଲଓସିରେ ଅନେକ ଅଞ୍ଚଳରେ ପାକିସ୍ତାନ ତରଫରୁ ଫାୟାରିଂ କରାଯାଉଛି । ଅଖନୁର, ରାଜୋରୀ ଓ ପୁଞ୍ଚରେ ପାକିସ୍ତାନ ଗୁଳିମାଡ କରୁଛି । ମେଣ୍ଢର ସେକ୍ଟରରେ ମଧ୍ଯ ପାକିସ୍ତାନୀ ସେନା ଗୁଳିମାଡ କରୁଛନ୍ତି । ତେବେ ଗୁଳିମାଡର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ସେନା ।
Jammu & Kashmir: Ceasefire violation by Pakistan in Nowshera sector and Akhnoor sector. pic.twitter.com/fEeZok99x8
— ANI (@ANI) February 26, 2019
ଜମ୍ମୁ କଶ୍ମୀରର ୩ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ମେଣ୍ଢର, ପୁଞ୍ଚ୍ ଓ ରାଜୌରୀରେ ପାକିସ୍ତାନ ତରଫରୁ ଭାରୀ ମାତ୍ରାରେ ଗୁଳିମାଡ ହେଉଛି । କୃଷ୍ଣା ଘାଟୀରେ ମଧ୍ଯ ପାକିସ୍ତାନ ତରଫରୁ ଫାୟାରିଂ କରାଯାଉଛି । ସମୁଦାୟ ୫ଟି ସ୍ଥାନରେ ଅସ୍ତ୍ରବିରତି ଉଲଙ୍ଘନ ହୋଇଛି, ଯାହାର ଜବାବ ଦେଇଛି ଭାରତୀୟ ସେନା ।
#VISUALS Jammu & Kashmir: Ceasefire violation by Pakistan in the Nowshera sector of Rajouri district. (Visuals deferred by unspecified time) pic.twitter.com/ex7VHzG0c2
— ANI (@ANI) February 26, 2019
ପିଓକେରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭୟରେ ପାଗଳ ହୋଇଯାଇଛି । ଏବଂ ମଙ୍ଗଳବାର ସକାଳୁ ସନ୍ଧ୍ଯା ମଧ୍ୟରେ ୫ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଲାଣି ।