ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାତ୍ୟାରେ ବିଦ୍ୟୁତ୍ କାଟ ପରେ ବି ଭୁବନେଶ୍ୱରରେ ରହିବନି ପାଣି ସମସ୍ୟା, ରାଜଧାନୀବାସୀଙ୍କୁ ପାଣି ଯୋଗାଇବ ୱାଟକୋ

Published By : Swapna Ray | October 24, 2024 3:52 PM

ଭୁବନେଶ୍ୱର, ୨୪।୧୦: ପାଖଉଛି ବାତ୍ୟା, ବଢ଼ୁଛି ଭୟ । ଭୀଷଣ ବାତ୍ୟାର ରୂପ ନେଲା ଦାନା । ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ବଢ଼ୁଛି । ତେବେ ବାତ୍ୟା ପ୍ରଭାବରେ ରାଜଧାନୀରେ ଦେଖାଦେବନି ପାଣି ସମସ୍ୟା । ବାତ୍ୟା ସମୟରେ ରାଜଧାନୀବାସୀଙ୍କୁ ମିଳିବ ପିଇବା ପାଣି । ରାଜଧାନୀବାସୀଙ୍କୁ ପାଇପ୍ ପାଣି ଯୋଗାଣ କରିବ ୱାଟକୋ । ବିଦ୍ୟୁତ୍ ବିଭ୍ରାଟ ଘଟିଲେ ଲୋକଙ୍କୁ ପାଣି ଦେବାରେ ଦେଖାଦେବନି ସମସ୍ୟା । ପାଣିକୁ ନେଇ ସମସ୍ୟା ଥିଲେ ଉପଖଣ୍ଡ କାର୍ଯ୍ୟାଳୟ ପ୍ରବନ୍ଧକଙ୍କ ମୋବାଇଲ ନଂରେ ଯୋଗାଯୋଗ କରିବାକୁ ଦିଆଯାଇଛି ପରାମର୍ଶ । ଯେଉଁଠି ଲୋକେ ସମସ୍ୟା ଅନୁଭବ କରିବେ ସେ ଅଞ୍ଚଳର ଉପଖଣ୍ଡ କାର୍ଯ୍ୟାଳୟ ପ୍ରବନ୍ଧକଙ୍କ ମୋବାଇଲ ନଂରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ରାଜଧାନୀ ୱାଟକୋ କାର୍ଯ୍ୟାଳୟର ୧୪୮ଟି ପମ୍ପ ହାଉସ୍‌ରେ ୧୨୩ଟି ଡିଜି ରଖାଯାଇଛି ।

ୱାଟକୋର ଡିଭିଜନ୍-୨ ଅଧିନରେ ୬୮ଟି ପମ୍ପ ହାଉସ୍‌ରେ ୭୨ଟି ଡିଜି ମହଜୁଦ୍ ରହିଛି । ଏହାବ୍ୟତୀତ ୨୮ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ପାଣିଟାଙ୍କି ରଖାଯାଇ ସେଥିରେ ପାଣି ବ୍ୟବସ୍ଥା ମଧ୍ୟ କରାଯାଇଛି । ପାଣି ସମସ୍ୟା ଅଭିଯୋଗ ଦୂର ପାଇଁ ଜାରି କରାଯାଇଛି ଉପଖଣ୍ଡ କାର୍ଯ୍ୟାଳୟ ପ୍ରବନ୍ଧକଙ୍କ ମେବାଇଲ୍ ନଂ । ବିଏମ୍‌ସିକୁ ଆସୁଥିବା ପାଣି ସମସ୍ୟା ଦୂର ଅଭିଯୋଗର ସମାଧାନ ପାଇଁ ୱାଟକୋର ୩ ଜଣ କର୍ମଚାରୀଙ୍କୁ ବିଏମ୍‌ସି କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ଉପସ୍ଥିତ ରହିବାକୁ କୁହାଯାଇଛି । ବାତ୍ୟା ପରେ କେଉଁଠି ଗଛ ଭାଙ୍ଗିପଡ଼ିଲେ ତାହାକୁ ହଟାଇବା ଲାଗି ଗଠନ ହୋଇଛି ସ୍ୱତନ୍ତ୍ର ଦଳ । ସେହିପରି ୱାଟକୋ ଡିଭିଜନ୍-୧ ଅଧିନ ୫ଟି ଉପଖଣ୍ଡ କାର୍ଯ୍ୟାଳୟ ପଳାଶୁଣି, ନୂଆପଲ୍ଲୀ, ଘାଟିକିଆ, ଚନ୍ଦ୍ରଶେଖରପୁର, ଓ ମୁଣ୍ଡଳୀ ଅଧିନରେ ୮୦ଟି ପାଣି ପମ୍ପ ରହିଥିବା ବେଳେ ୫୧ଟି ଡିଜି, ୧୧ ପାଣି ଟ୍ୟାଙ୍କର ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ପାଇପ୍ ଯୋଗେ ପାଣି ଯୋଗାଇବା ବ୍ୟବସ୍ଥା ହୋଇଛି । 

ଡିଭିଜନ୍-୧ ଅଧିନ ଉପଖଣ୍ଡ କାର୍ଯ୍ୟାଳୟରେ କେଉଁଠି ପାଣି ଯୋଗାଣରେ ସମସ୍ୟା ହେଲେ ଉପଖଣ୍ଡ କାର୍ଯ୍ୟାଳୟର ପ୍ରବନ୍ଧକଙ୍କ ନମ୍ୱରରେ ଯୋଗାଯୋଗ କରିବାକୁ କୁହାଯାଇଛି । ବାତ୍ୟାକୁ ଆଖି ଆଗରେ ରଖି ୨୪-୨୫ ଓ ୨୬ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ୱାଟକୋ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜାଣିନିଅନ୍ତୁ, ଆପଣଙ୍କ ଅଞ୍ଚଳର ପ୍ରବନ୍ଧକଙ୍କ ନଂ । ପଳାଶୁଣି ଓ ନୂଆପଲ୍ଲୀ ପ୍ରବନ୍ଧକଙ୍କ ନଂ- 8456020711, ଘାଟିକିଆ- 9437185954, ଚନ୍ଦ୍ରଶେଖରପୁର- 9348039206, ପୋଖରୀପୁଟ- 9437185139, ସତ୍ୟନଗର- 9861172709, ହାଇଲେବୁଲ- 9437279056 । ଡ୍ରେନେଜ୍ ସମସ୍ୟା ପାଇଁ 7809896621ରେ ଯୋଗାଯୋଗ କରିପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.