ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

‘ଦରକାର ପଡ଼ିଲେ ଆଗାମୀ ମିଶନ୍ ପାଇଁ ପ୍ରସ୍ତୁତ’, ଅସ୍ତ୍ରବିରତି ମଧ୍ୟରେ ସେନାର ଋଣହୁଙ୍କାର

Published By : Prameya | May 12, 2025 3:27 PM

ନୂଆଦିଲ୍ଲୀ,୧୨।୫: ଆମର ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ଭଲ ଅବସ୍ଥାରେ ଅଛି । ଆବଶ୍ୟକ ହେଲେ ଆମେ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ। ବିଏସଏଫ ମଧ୍ୟ ଅପରେସନ ସିନ୍ଦୂରରେ ପୂର୍ଣ୍ଣ ସମର୍ଥନ କରିଥିଲା। ତିନି ସେନାର ଜଏଣ୍ଟ ପ୍ରେସ କନଫରେନ୍ସରେ ଏଭଳି କିଛି କହିଛନ୍ତି ଏୟାର ମାର୍ଶାଲ ଏ କେ ଭାରତୀ। 

ଏୟାର ମାର୍ଶଲ କହିଛନ୍ତି,  ଯଦି ଆମେ ତୁର୍କୀ ଡ୍ରୋନ ବିଷୟରେ କଥା ହେବା, ତେବେ ତାହା ଯେକୌଣସି ଡ୍ରୋନ ହେଉ, ଆମେ କାହାକୁ ଜବାବ ଦେବାକୁ ପ୍ରସ୍ତୁତ। ଆମେ ଦେଖାଇଛୁ ଯେ ଆମ ସାମ୍ନାରେ କିଏ ବି ଆସୁ, ଆମେ ସେମାନଙ୍କୁ ଉଚିତ ଜବାବ ଦେବାକୁ ସକ୍ଷମ। ଆମେ ଯେତେବେଳେ ଏବଂ ଯେଉଁଠାରେ ଚାହିଁବୁ ଆକ୍ରମଣ କରିପାରିବା। ଆମକୁ ଅଧିକ କହିବାର ଆବଶ୍ୟକତା ନାହିଁ, ଆମେ ଏହା ବିଶ୍ୱକୁ ଦେଖାଇଛୁ। ସେନାର ପ୍ରେସ୍ ବ୍ରିଫିଂରେ କୁହାଯାଇଛି  ପାକିସ୍ତାନରେ ଯେଉଁ ଧ୍ବଂସ ହୋଇଛି, ଏହାର ଦାୟିତ୍ବ ସେନା ନେଇଛି। ଆମେ ଚୀନ୍‌ର ମିସାଇଲକୁ ମାରିଛୁ। ପାକ୍ ଦ୍ବାରା ଛଡା ଯାଇଥିବା ସବୁ ତୁର୍କୀ ମେଡ୍‌ ଡ୍ରୋନ୍‌କୁ ମାରିବାରେ ସଫଳ ହୋଇଛୁ।

ଆମର ଏୟାର ଡିଫେନ୍ସି ସିଷ୍ଯମ ପରୀକ୍ଷାରେ ସଫଳ ହୋଇଛି ଏବଂ ଭଲ ଭାବରେ ତିଷ୍ଠି ରହିଛି। ଆଉ ଏକ ବିଶେଷ କଥା ହେଉଛି ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆକାଶ ସିଷ୍ଟମର ଉତ୍କୃଷ୍ଟ ପ୍ରଦର୍ଶନ। ଗତ ଦଶନ୍ଧି ଧରି ଭାରତ ସରକାରଙ୍କଠାରୁ ମିଳିଥିବା ବଜେଟ୍ ଏବଂ ନୀତିଗତ ସମର୍ଥନ ଯୋଗୁଁ ଏକ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିକାଶ ଏବଂ କାର୍ଯ୍ୟକ୍ଷମତା ସମ୍ଭବ ହୋଇପାରିଛି।’ ଏୟାର ମାର୍ଶାଲ ଏ.କେ. ଭାରତୀ ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ଦ୍ୱାରା ଆକ୍ରମଣ କରାଯାଇଥିବା ଟାର୍ଗେଟଗୁଡ଼ିକର ଫଟୋଗ୍ରାଫ ମଧ୍ୟ ଉପସ୍ଥାପନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.