ଭୁବନେଶ୍ୱର,୧୨/୦୭:  ରାଜ୍ୟରେ ସୋମବାରଠାରୁ  ବର୍ଷା ପରିମାଣ ବଢ଼ିବା ନେଇ  ପୂର୍ବାନୁମାନ କରିଛି ଭୁବନେଶ୍ୱର  ପାଣିପାଗ କେନ୍ଦ୍ର । ଏହି ଆକଳନ  ଅନୁସାରେ ରବିବାର ରାଜ୍ୟର  ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । କେନ୍ଦୁଝର  ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ  ଦୁଇଟି ସ୍ଥାନରେ ପ୍ରବଳ ବର୍ଷା  ସମ୍ଭାବନା ଅଛି । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ,  ଗଜପତି, ଗଞ୍ଜାମ, ପୁରୀ,  ଖୋର୍ଦ୍ଧା ଓ ନୟାଗଡ଼ରେ ବଜ୍ରପାତ  ସହ ୩୦ରୁ ୪୦ କିମି ବେଗରେ  ପବନ ହୋଇପାରେ ।  

ଆସନ୍ତା  ୧୩ରୁ ରାଜ୍ୟରେ ବର୍ଷା ପ୍ରକୋପ  ବଢ଼ିବ । ଅନେକ ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । ଉତ୍ତର ପଶ୍ଚିମ  ଓଡ଼ିଶାରେ ବର୍ଷା ପରିମାଣ ଅଧିକ  ରହିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼,  ଝାରସୁଗୁଡ଼ ।, ବରଗଡ଼,  ସମ୍ବଲପୁର, କେନ୍ଦୁଝର,  ମୟୂରଭଞ୍ଜ, କଳାହାଣ୍ଡି,  କନ୍ଧମାଳ ଓ ରାୟଗଡ଼ାର ସ୍ଥାନେ  ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା  ନେଇ ସତର୍କ କରାଯାଇଛି ।  ୧୩ରୁ ୧୫ ଯାଏ ବର୍ଷା ପ୍ରକୋପ ଅଧିକ ରହିବ ।