ନୂଆଦିଲ୍ଲୀ : ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ମୋଜତବା ଖାମେନି ଦେଲେ ରଣହୁଙ୍କାର। ନିଜ ପିତା ଓ ଫେବ୍ରୁଆରୀରେ ଇସ୍ରାଏଲ-ଆମେରିକୀୟ ହମଲାରେ ପ୍ରାଣ ହରାଇ ଥିବା ତତ୍କାଳୀନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଶନିବାର ଶପଥ ନେଇଛନ୍ତି। ମୋଜତବା କହିଛନ୍ତି ଯେ, ତାଙ୍କର ପୂର୍ବ ନେତା ଅୟାତୁଲ୍ଲା ଅଲୀ ଖାମେନି ତଥା ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ଦେଶର ଦାବି। ଏହା ନିଶ୍ଚୟ ହେବା ଉଚିତ। ସେ ଏହି କଥା ତାଙ୍କର ଟେଲିଗ୍ରାମ୍ ଆକାଉଣ୍ଟରେ ଜାରି ଏକ ଲିଖିତ ମେସେଜରେ କହିଛନ୍ତି। ଖାମେନି ଏହି ମେସେଜ ତାଙ୍କ ପିତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ଅନ୍ତିମ ସଂସ୍କାରର ଅବସରରେ ଦେଇଥିଲେ। ଖାମେନି ମେସେଜରେ କହିଥିଲେ , ଆମେ ସହିଦ ନେତା ଓ ଏହି ସମୟରେ ଯୁଦ୍ଧର ସବୁ ସହିଦଙ୍କ ରକ୍ତର ପ୍ରତିଶୋଧ ଅପରାଧୀ ଓ କୁଖ୍ୟାତ ହତ୍ୟାକାରୀଙ୍କ ଠାରୁ ନେବାର ପ୍ରତିଶ୍ରୁତି ଦେଉଛୁ।

ଏହା ପୂର୍ବରୁ ଖାମେନିଙ୍କର ଅନ୍ତିମ ସଂସ୍କାରରେ ଆମେରିକୀୟ ରାଷ୍ଟ୍ରପତିଙ୍କ ହତ୍ୟାର ଖୋଲାଖୋଲି ଦାବି ପରେ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ ନିଜର ଟ୍ରୁଥ ସୋସିଆଲ ଏହି କଥା ସେତେବେଳେ କହିଛନ୍ତି, ଯେତେବେଳେ ସିନିୟର ଆମେରିକୀୟ ଅଧିକାରୀମାନେ ଦାବି କରିଥିଲେ ଯେ, ଇରାନ ଏକ ପବ୍ଲିକ୍ ବିବୃତ୍ତି ଦେଉ ଯେ ହୋର୍ମୁଜ ପ୍ରଣାଳୀ ଖୋଲା ହୋଇଛି ଏବଂ ଏହି ଜରୁରୀ କରିଡରକୁ ଅତିକ୍ରମ କରୁ ଥିବା ଜାହାଜ ଗୁଡ଼ିକ ଉପରେ ଆକ୍ରମଣ କରାଯିବ ନାହିଁ। ହେଲେ, ଏବେସୁଦ୍ଧା ତେହେରାନ ଏମିତି କରି ନାହିଁ , ବରଂ ଏହି କଥା ଉପରେ ଜୋର ଦେଇଛି ଯେ, ଏହି ରାସ୍ତା ତାର କଣ୍ଟ୍ରୋଲରେ ଅଛି।

ଆହୁରି ମଧ୍ୟ ପଢନ୍ତୁ - Afghanistan-India Friendship: ଆଫଗାନ ମନ୍ତ୍ରୀଙ୍କ ଅଦ୍ଭୁତ ବୟାନ, କହିଲେ “ଭାରତ ଓ ଆଫଗାନିସ୍ତାନ DNA ଗୋଟିଏ”

ଆମେରିକା କିଛି ଦିନ ହେବ ଇରାନକୁ ଟାର୍ଗେଟ କରି ପୁଣି ବିମାନ ଆକ୍ରମଣ କରୁଛି। ଯାହାର ଜବାବରେ ଇରାନ ପଶ୍ଚିମ ଏସିଆର ଅନେକ ଦେଶ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ଚଳିତ ସପ୍ତାହର ପ୍ରାରମ୍ଭରେ ହୋର୍ମୁଜରେ ତିନୋଟି ଜାହାଜ ଉପରେ ଇରାନର ଆକ୍ରମଣ ପରେ ଆରମ୍ଭ ହୋଇ ଥିଲା। ଟ୍ରମ୍ପ ନିଜର ୱେବସାଇଟ୍ ଟ୍ରୁଥ୍ ସୋସିଆଲରେ ଲେଖିଥିଲେ , ହଜାରେ ମିସାଇଲ ପ୍ରସ୍ତୁତ ଅଛି ଏବଂ ତାଙ୍କର ଟାର୍ଗେଟ୍ ଇରାନ। ଯଦି ଇରାନ ସରକାର ନିଜର ଧମକରେ ସ୍ଥିର ରହେ ତ ଏହାର ତୁରନ୍ତ ପରେ ଆହୁରି ହଜାର ହଜାର ମିସାଇଲ ମାଡ଼ କରାଯିବ।