ଭୁବନେଶ୍ୱର, ୨୮/୦୨: ଖରା ତାଉ ଦେଖାଇଲାଣି । ବଢ଼ିବାରେ ଲାଗିଛି ତାପମାତ୍ରା । ଶୁକ୍ରବାର ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ । କେବଳ ସେତିକି ନୁହେଁ, ରାଜ୍ୟର ୬ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ଥିଲା । ସମ୍ବଲପୁର ତାପମାତ୍ରା ୩୫.୨, ହୀରାକୁଦ ୩୫.୬, ଟିଟିଲାଗଡ଼ ୩୫, ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ପାରଦ ୩୪.୪ ଡିଗ୍ରୀ ଛୁଇଁଥିଲା ।ଶୁକ୍ରବାର ଅନେକ ସ୍ଥାନରେ ପାରଦ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ରହିଥିଲା ।

ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବା ସହ ଖରା ପ୍ରକୋପ କ୍ରମଶଃ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । କେବଳ ଦିନ ନୁହେଁ, ଏଣିକି ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ।

ଅଧିକ ପଢ଼ନ୍ତୁ:- ମାର୍ଚ୍ଚ ୨ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି