ଭୁବନେଶ୍ୱର,୦୮/୦୬: ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ସୃଷ୍ଟି ଘୁର୍ଣ୍ଣିଝଡ଼ ବିପର୍ଯ୍ୟୟ ଯୋଗୁ କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇଛି । ତେବେ ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଆସନ୍ତା ୨୦ ତାରିଖ ଭିତରେ ରାଜ୍ୟରେ ମୌସୁମୀ ଛୁଇଁବ । ଏହି ସମୟ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଆରବ ସାଗରରେ ଘୂର୍ଣ୍ଣିବାତ୍ୟା ଯାଗୁଁ ମୌସୁମୀ ବିଳମ୍ବ ହେବା ସହ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ଆଶଙ୍କା ରହିଛି । ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ସୃଷ୍ଟି ହାଇଥିବା ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ଶକ୍ତିଶାଳୀ ହୋଇ ମୁମ୍ବାଇର ୯୯୦ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଏହା ଉତ୍ତର ଦିଗରେ ଗତି କରି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ । ଏହି ଘୂର୍ଣ୍ଣିଝଡ଼ ଯାଗୁଁ ପଶ୍ଚିମା ପବନ ଦ୍ୱାରା ସାଇକ୍ଲୋନିକ ସର୍କୁଲେସନ୍ ଶକ୍ତିଶାଳୀ ହୋଇ ଭାରତର ପଶ୍ଚିମ ଉପକୂଳରେ ବର୍ଷା କରାଇପାରେ । କର୍ଣ୍ଣାଟକ ଓ କେରଳରେ ବୃଷ୍ଟିପାତ ହୋଇପାରେ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ଜୁନ ୯ ବା ପରବର୍ତ୍ତୀ କାଳରେ ପ୍ରବେଶ କରିବାର ସମ୍ଭାବନା ଅଛି ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ବାଂଲାଦେଶ ଓ ମିଆଁମାର ଉପୂକଳରେ ଗତି କରିବାର ସମ୍ଭାବନା ଅଛି । ଏଥିପାଇଁ ଭାରତୀୟ ଭୂଖଣ୍ଡରୁ ବଙ୍ଗୋପସାଗର ଆଡ଼କୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳରେ ଜୁନ୍ ୮ ଓ ୧୪ ତାରିଖ ମଧ୍ୟରେ ଉତ୍ତପ୍ତ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ବା ତା ଠାରୁ ଅଧିକ ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ବାଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ସେହିଭଳି ରାଜ୍ୟର କିଛି ସ୍ଥାନରେ ଆସନ୍ତା ଦୁଇ ଦିନରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଟପିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପ୍ରବଳ ତାତି ଜାରି ରହିବ ବୋଲି କୁହାଯାଇଛି ।
wp:embed {"url":"https://www.prameya.com/chief-ministers-assistance-of-6-lakh-30-thousand-rupees/","type":"wp-embed","providerNameSlug":"prameya"}