ଭୁବନେଶ୍ୱର,୧୪/୦୬: ରଜକୁ ଭିଜାଇବ ବର୍ଷା । ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ  ଉପକୂଳ ଓଡ଼ିଶାରେ ବର୍ଷା ସହିତ ପବନ ବି ବହିପାରେ । ତେବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ଆକଳନ  କରିଛି । 

ଶନିବାର କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ,  ରାୟଗଡ଼ା, ଗଞ୍ଜାମ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।  ୩୦ରୁ ୪୦ କିମି ବେଗରେ ପବନ ବି ବହିବ । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,  ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ସୋନପୁର, ବୌଦ୍ଧ,  ନୂଆପଡ଼ା ଓ ବଲାଙ୍ଗୀରରେ ଝଡ଼ବର୍ଷା ହୋଇପାରେ । 

ରବିବାର କୋରାପୁଟ,  ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ ଗଜପତିରେ ଭାରି ବର୍ଷା  ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶା ସମେତ ବିଭିନ୍ନ  ସ୍ଥାନରେ ବର୍ଷା ସମ୍ଭାବନା ଅଛି । 

୧୬ ତାରିଖରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର,  ଭଦ୍ରକ, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, ଗଜପତି, ରାୟଗଡ଼ା  ଓ କୋରାପୁଟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । 

୧୭ ତାରିଖରେ ମଧ୍ୟ ଏହି ସବୁ ସ୍ଥାନରେ ବର୍ଷା ହୋଇପାରେ ।  ୧୮ରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ  ବର୍ଷା ହୋଇପାରେ । 

ଶୁକ୍ରବାର କେନ୍ଦୁଝରରେ ୧୩.୮ମିମି, ମାଲକାନଗିରିରେ  ୧୨.୨ ଓ କେନ୍ଦ୍ରାପଡ଼ାରେ ୬ ମିମି ବର୍ଷା ହୋଇଛି