ଦେଶକୁ ମିଳିବ ବୁଲେଟ ଟ୍ରେନ...

ମଜାଳିଆ ଢଙ୍ଗରେ କହିଦେଲେ ରେଳମନ୍ତ୍ରୀ...

ଏହି ସବୁ ସହର ହେବ ସାମିଲ...

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିବାକୁ ଯାଉଛି ବୁଲେଟ ଟ୍ରେନ। ଦେଶର ରେଳ ବ୍ୟବସ୍ଥାରେ ଯୋଡି ହେବ ନୂଆ ପରିକଳ୍ପନା, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବଡ଼ ସ୍ୱପ୍ନର ପ୍ରକଳ୍ପ । ନୂତନ ବର୍ଷ ଅବସରରେ ଏନେଇ ଏକ ବଡ ଘୋଷଣା କରାଯାଇଛି। ଦେଶ କେବେ ବୁଲେଟ୍ ଟ୍ରେନ୍ ପାଇବ ସେ ବିଷୟରେ ଏକ ଜାତୀୟ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି ।

ନୂତନ ବର୍ଷର ପ୍ରଥମ ଦିନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଦେଶ ଅଗଷ୍ଟ ୧୫, ୨୦୨୭ ରେ ପ୍ରଥମ ବୁଲେଟ୍ ଟ୍ରେନ୍ ପାଇବ। ଏହି ସମୟରେ ରେଳମନ୍ତ୍ରୀ ବୈଷ୍ଣବଙ୍କ ମଜାଳିଆ ଢଙ୍ଗ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ କହିଥିଲେ, "ବୁଲେଟ୍ ଟ୍ରେନ୍ ଟିକେଟ୍ କିଣନ୍ତୁ। ବୁଲେଟ୍ ଟ୍ରେନ୍ ଆସନ୍ତା ବର୍ଷ ଆସିବ।"

ସ୍ଥିତି ପରଖିଛନ୍ତି ପିଏମ ମୋଦୀ...

୧୬ ନଭେମ୍ବର ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରଟରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୁଲେଟ୍ ଟ୍ରେନ୍ ଷ୍ଟେସନ ନିର୍ମାଣରେ ନିୟୋଜିତ ଶ୍ରମିକ ମାନଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ।

ସେ ଶ୍ରମିକମାନଙ୍କୁ କହିଥିଲେ ଯେ ବୁଲେଟ୍ ଟ୍ରେନ୍ ଆମର ପରିଚୟ। ଏହି ସଫଳତା ଆମର, ଆପଣ ମାନଙ୍କର ଏବଂ ସରକାରଙ୍କର। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମିକ ମାନଙ୍କୁ ସେମାନଙ୍କର ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଏବଂ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଛି କି ନାହିଁ ସେ ବିଷୟରେ ପ୍ରଶ୍ନ କରିଥିଲେ।

କେଉଁ କେଉଁ ସହରରେ ପ୍ରଥମେ ଚାଲିବ ?...

ବୁଲେଟ୍ ଟ୍ରେନ୍ ପାଇଁ ନିର୍ମିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ପ୍ରାୟ ୫୦୮ କିଲୋମିଟର ଲମ୍ବା। ଏଥିରେ ୩୫୨ କିଲୋମିଟର (ଗୁଜୁରାଟ ଏବଂ ଦାଦ୍ରା ଏବଂ ନଗର ହାବେଳୀ) ଏବଂ ମହାରାଷ୍ଟ୍ରରେ ୧୫୬ କିଲୋମିଟର ଅନ୍ତର୍ଭୁକ୍ତ। ଏହି କରିଡର ସାବରମତୀ, ଅହମ୍ମଦାବାଦ, ଆନନ୍ଦ, ଭଦୋଦରା, ଭରୁଚ, ସୁରତ, ବିଲିମୋରା, ଭାପି, ବୋଇସର, ଭିରାର, ଥାନେ ଏବଂ ମୁମ୍ବାଇ ସମେତ ପ୍ରମୁଖ ସହର ଗୁଡ଼ିକୁ ସଂଯୋଗ କରିବ।

ଏହା ସହ ପଢନ୍ତୁ : "ଶାନ୍ତି ଚୁକ୍ତିନାମା ୯୦ ପ୍ରତିଶତ ପ୍ରସ୍ତୁତ, କେବଳ ୧୦ ପ୍ରତିଶତ ପାଇଁ କେଁ’... ଜେଲେନ୍ସକି କହିଲେ "ୟୁକ୍ରେନ୍ ଶାନ୍ତି ଚାହୁଁଛି, କିନ୍ତୁ କୌଣସି ମୂଲ୍ୟରେ ନୁହେଁ...​​​​​​​