ରାଶି ଅନୁସାରେ ରହିଛି ସ୍ୱତନ୍ତ୍ର ସମସ୍ୟା । ଏହି ସମସ୍ୟା ଜନିତ ନକାରାତ୍ମକ ଚିନ୍ତାକୁ ଦୂରେଇବା ଲାଗି କେଉଁପ୍ରକାର ଫଟୋଚିତ୍ର ରଖିଲେ ଏହାର ସୁଫଳ ପାଇପାରିବେ, ଜାଣିବା ଆସନ୍ତୁ। 

ମେଷ: ଉଦିତ ସୂର୍ଯ୍ୟର ଫଟୋ । (ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ ।) 
ବୃଷ: ଶିବଙ୍କର ଫଟୋ (ସ୍ୱାସ୍ଥ୍ୟ ଏବଂ ରୋଜଗାର ଚିନ୍ତା ଥାଏ) 
ମିଥୁନ: ପିତାମାତାଙ୍କ ଫଟୋ (ପାରିବାରିକ ସମସ୍ୟା, ଜୀବନ ସାଥୀର ସହିତ ମତାନ୍ତର ସମସ୍ୟା) 
କର୍କଟ: ବିଭିନ୍ନ ରଙ୍ଗର ଫୁଲର ଫଟୋ (ଶ୍ୱଶୁର ଘର ସହିତ ସମ୍ପର୍କ ବିଗିଡିଥାଏ) 
ସିଂହ: ଭଗବାନ୍‌ କୃଷ୍ଣଙ୍କ ଫଟୋ (ସଂଘର୍ଷପୂର୍ଣ୍ଣ ଜୀବନ, ବିନା ସହଯୋଗରେ ଜୀବନ ଚାଲେ) 
କନ୍ୟା: ପ୍ରବାହିତ ଜଳର ଫଟୋ (ଜୀବନରେ ଉପର- ତଳ ଲାଗି ରହେ) 
ତୁଳା: ରାଧାକୃଷ୍ଣଙ୍କ ଫଟୋ (ସମ୍ପର୍କ ବଜାୟ ରଖିବା ମୁସ୍କିଲ ହୋଇଥାଏ) 
ବିଛା: ଶିବ ପରିବାରର ଫଟୋ (ଶ୍ୱଶୁର ଘର ଲୋକଙ୍କ ହସ୍ତକ୍ଷେପ ରହେ, ଅତିଉତ୍ସାହରେ ଭୁଲ ନିର୍ଣ୍ଣୟ ନିଅନ୍ତି ) 
ଧନୁ: ମାତା ଲକ୍ଷ୍ମୀଙ୍କ ଫଟୋ (ଜୀବନରେ ଅତିରିକ୍ତ ଦାୟିତ୍ୱ ଉଠାଇବାକୁ ପଡ଼ୁଥିବାରୁ ଚିନ୍ତିତ ରହିବାକୁ ହୁଏ ।) 
ମକର: ନିଜ ଜୀବନସାଥୀଙ୍କର ଫଟୋ ରଖନ୍ତୁ ନହେଲେ ଶିବ-ପାର୍ବତୀଙ୍କ ଫଟୋ ରଖନ୍ତୁ । (ରୋଜଗାର ମାମଲାରେ ସମସ୍ୟା ଲାଗି ରହେ) 
କୁମ୍ଭ: ଗୁରୁ କିମ୍ବା ଶିବଙ୍କର ଫଟୋ ରଖନ୍ତୁ । (ଅସନ୍ତୁଷ୍ଟ ରହିଥାନ୍ତି) 
ମୀନ: ପୂର୍ଣ୍ଣିମା ଚନ୍ଦ୍ରର ଫଟୋ (ଅବ୍ୟବସ୍ଥିତ ରହୁଥିବାରୁ ମନ ମୁତାବକ ସଫଳତା ମିଳେ ନାହିଁ) 

ଏମିତି ସ୍ଥାନରେ ଫଟୋ ରଖନ୍ତୁ ଯେପରି ବାରମ୍ବାର ଏହି ଫଟୋ ଦେଖିବାର ସୁଯୋଗ ପାଇପାରିବେ । ବାରମ୍ବାର ଦେଖିବା ଦ୍ୱାରା ମାନସପଟ୍ଟରେ ଫଟୋ ଦେଖିବାକୁ ପାଇପାରନ୍ତି ଏବଂ ଏହାର ସକାରାତ୍ମକ ତରଙ୍ଗ ଦ୍ୱାରା ଆପଣ ପ୍ରଭାବିତ ହୋଇପାରିବେ ।