ମୁମ୍ବାଇ,୧୪/୪ : କୁହାଯାଏ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କୌଣସି ବି ଖେଳାଳୀଙ୍କୁ ରାତା ରାତି ଷ୍ଟାର୍ କରିଦେଇଥାଏ । କିଛି ଏଭଳି ଆଇପିଏଲ୍ ୨୦୨୬ରେ ପ୍ରଫୁଲ୍ଲ ହିଙ୍ଗେ ଏବଂ ସାକିବ ହୁସେନଙ୍କ ସହ ହୋଇଛି । ଯିଏ ସନରାଇଜର୍ସ ହାଇଦ୍ରାବାଦ୍ ଲାଗି ନିଜ ଆଇପିଏଲ୍ ଡେବ୍ୟୁରେ ୪-୪ ଓ୍ବିକେଟ ନେଇଛନ୍ତି । ପ୍ରତିଥର କେହି ନା କେହି ନୂଆ ଷ୍ଟାର୍ ସାମ୍ନାକୁ ଆସୁଛନ୍ତି । କିନ୍ତୁ ବୈଭବ ସୁର୍ଯ୍ୟବଂଶୀ ବାରମ୍ବାର ଦ୍ବିତୀୟ ବର୍ଷ ଧମାଲ୍ କରୁଛନ୍ତି ।

ଏବେ ଖବର ଆସୁଛି କି ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ ଖୁବ୍ ଶୀଘ୍ର ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁର ସୁଯୋଗ ଦେବାକୁ ପ୍ରସ୍ତୁତି ଚଳାଇଛି । କେବଳ ୧୨ମ୍ୟାଚର ଛୋଟ ଆଇପିଏଲ୍ କ୍ୟାରିୟରରେ ବୈଭବ ଗୋଟିଏ ଶତକ ଏବଂ ୩ ଅର୍ଦ୍ଧଶତକ ସମେତ ୪୫୨ରନ୍ କରି ସାରିଛନ୍ତି । ତାଙ୍କର ପ୍ରାୟ ଷ୍ଟ୍ରାଇକ୍ ରେଟ୍ ୨୨୮.୨୮ର ଅଟେ । ଯଦି ବୈଭବଙ୍କୁ ଭାରତୀୟ ଟିମରେ ଆସିବାକୁ ଚାନ୍ସ ମିଳେ ତେବେ ଏହା ବଡ଼ ପ୍ରଶ୍ନ କି ସେ କାହା ସ୍ଥାନରେ ଖେଳିବେ ।

ସୂଚନା ମୁତାବକ ବିସିସିଆଇ ଆୟରଲ୍ୟାଣ୍ଡ ଗସ୍ତ ଲାଗି ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ କରିପାରେ । ଆଇପିଏଲ୍ ୨୦୨୬ର ଶେଷ ହେବାର କିଛି ସପ୍ତାହ ପରେ ଟିମ୍ ଇଣ୍ଡିଆକୁ ଆୟରଲ୍ୟାଣ୍ଡ ଗସ୍ତରେ ୨ ଟି-୨୦ ମ୍ୟାଚ୍ ଖେଳିବାକୁ ଅଛି । ଯାହା ୨୬ଜୁନ ଏବଂ ୨୮ଜୁନରେ ଖେଳାଯିବ । ଯଦି ବୈଭବଙ୍କୁ ଆୟରଲ୍ୟାଣ୍ଡ ଗସ୍ତ ଲାଗି ଚୟନ କରାଯାଏ ତେବେ ସେ ଭାରତ ଲାଗି ଡେବ୍ୟୁ କରିବାରେ ସବୁଠାରୁ ଯୁବ ଖେଳାଳୀ ହୋଇପାରନ୍ତି । ତାଙ୍କ ବୟସ ଏବେ ୧୫ବର୍ଷ ହେବ । ଯାହାକି ସଚିନ ତେନ୍ଦୁଲକର ୧୬ବର୍ଷ ବୟସରେ ଟିମ୍ ଇଣ୍ଡିଆ ଲାଗି ଡେବ୍ୟୁ କରିଥିଲେ ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ଏହା କି ବୈଭବ ଟିମ୍ ଇଣ୍ଡିଆର କାହାର ସ୍ଥାନ ନେଇପାରନ୍ତି ? ୨୦୨୬ ଟି-୨୦ ବିଶ୍ବକପ୍ ତାଜ୍ ଜିତି ଆସିଥିବା ଟିମ୍ ଇଣ୍ଡିଆର କଥା ଯଦି ଆମେ କହିବା ତେବେ ତା‘ର ଟପ୍ ଅର୍ଡ଼ରରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ ଏବଂ ଇଶାନ କିଶାନ ଭଲ କରିଥିଲେ । ୩ଜଣ ଭଲ ଫର୍ମରେ ଅଛନ୍ତି ଏବଂ ୨୦୨୮ ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଟିମରେ ବରିଷ୍ଠ ଖେଳାଳୀର ଭୂମିକାରେ ନଜର ଆସିପାରନ୍ତି । ଟି-୨୦ ଟିମରେ ଅଭିଷେକ, ସଞ୍ଜୁ ଏବଂ ଇଶାନଙ୍କ ସ୍ଥାନ ପକ୍କା ଲାଗୁଛି।

ମାତ୍ର ସମ୍ଭାବନା ରହିଛି କି ବିସିସିଆଇ ଆୟରଲ୍ୟାଣ୍ଡ ଟୁରରେ ଏକ ଯୁବ ସ୍କ୍ବାର୍ଡ଼ ଚୟନ କରିପାରେ । ଏଭଳି ସ୍ଥଳେ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇପାରେ । ଯଦି ଏଭଳି ହୁଏ ତେବେ ସ୍କ୍ବାର୍ଡ଼ ଚୟନ କରାଯିବା ଉପରେ ତାଙ୍କୁ ଅବଶ୍ୟ ଟିମ୍ ଇଣ୍ଡିଆରେ ଓପିନିଂ କରିବାର ସଯୋଗ ମିଳିପାରେ । ଯଦି ବୈଭବଙ୍କୁ ଟି-୨୦ ବିଶ୍ବକପ୍ ୨୦୨୮ର ଯୋଜନାରେ ସାମିଲ କରାଯାଏ ତେବେ ଏହା ଦେଖିବା ବହୁ ଆଶ୍ଚର୍ଯ୍ୟ ହେବ କି ତାଙ୍କୁ ବ୍ୟାଟିଂ ଲାଗି କାହାର କ୍ରମ ଦିଆଯିବ ।