ବିଞ୍ଝାରପୁର,୪/୯ : ଧଳା ଜହର କବଳରେ ବିଞ୍ଝାରପୁର ଯୁବ ସମାଜ । ଅନେକ ନିଶା ଖାଇ ଜୀବନ ହାରୁଛନ୍ତି ତ ଅନେକ ନାନାଦି ଅପରାଧ ଘଟାଉଛନ୍ତି । ସତେ ଯେମିତି ଧଳା ଜହର କବଳରେ କବଳିତ ସାରା ବିଞ୍ଝାରପୁର । ହେଲେ ଆଜି ବିଞ୍ଝାରପୁରବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଧଳା ଜହରର ମୁଖ୍ୟ ବିକ୍ରେତା ବିଞ୍ଝାରପୁର ଥାନା ନୁରମହଲା ଅଂଚଳର ସ୍ବର୍ଗତ ସେକ ଲୋକମାନର ସ୍ତ୍ରୀ ନଗମା ବିବିକୁ ଆଜି ବିଞ୍ଝାରପୁର ପୋଲିସ ଧଳା ଜହର ସମେତ ଗିରଫ କରିଛି ।
ଦୀର୍ଘ ସମୟ ଧରି ନାଗମା ବିବି ଭଦ୍ରକ, ବାଲେଶ୍ୱର,କଲିକତା ଅଂଚଳରୁ ଧଳା ଜହର ଆଣି ବିଞ୍ଝାରପୁରର ବିଭିନ୍ନ ଗଳି କନ୍ଦିରେ ନିଜର ବ୍ୟବସାୟ ଜମାଇ ଥିଲା । ସର୍ବଦା ପୋଲିସକୁ ଚକମା ଦେଇ ଚାଲିଥିବା ନାଗମ ବିବି ନୂଆ ଥାନା ଅଧିକାରୀ ରଞ୍ଜନ ମଲ୍ଲିକଙ୍କ ଆଖିକୁ ଫାଙ୍କି ପାରି ନ ଥିଲା । ଧଳା ଜହର ଓ ନିଶା କାରବାର ରୋକିବା ଦିଗରେ ନୂଆ ଥାନା ଅଧିକାରୀ ବିଶେଷ ପଦକ୍ଷେପ ନେଉଥିବାବେଳେ ନଗମା ବିବିଙ୍କ ଉପରେ ପୋଲିସର ନଜର ପଡିଥିଲା ଆଜି ନାଗାମା ବିବି ଧଳା ଜହର ନେଇ ନିଜ ଘରକୁ ଫେରୁଥିବାବେଳେ ବିଞ୍ଝାରପୁର ପୋଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ମଇନ୍ଦା ଛକ ନିକଟରୁ ଗିରଫ କରିବା ସହ ତା ନିକଟରୁ ଲକ୍ଷାଧିକ ତାଙ୍କର ବ୍ରାଉନସୁଗର ଜବତ କରିଛି । ଏ ନେଇ ବିଞ୍ଝାରପୁର ଥାନା ପୋଲିସ କେଶ ନମ୍ବର ୪୦୬/୨୫ଅନୁଯାୟୀ ମାମଲା ରୁଜୁ କରିଛି । ନାଗାମାଙ୍କୁ ଗିରଫ କରିବା ପରେ ଅନେକ ସ୍ଥାନରେ ଚାଲୁଥିବା ବ୍ରାଉନସୁଗର କାରବାରକୁ ନେଇ ପୋଲିସ ପଚରାଉଚରା ଜାରି ରଖିଛି ।