ପ୍ରମୂଖ ଖବର
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ମଧ୍ୟରେ ଅଜବ ପରିବର୍ତ୍ତନ, ଖାଲି ପାଦରେ ଯାଉଛନ୍ତି ଅଫିସ୍‌-ପାର୍ଟି

ନୂଆଦିଲ୍ଲୀ ୧୬/୦୫: ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ମଧ୍ୟରେ ଗତ କିଛି ବର୍ଷ ହେଲା ଏକ ଅଜବ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସେମାନେ ଜୋତା-ଚପଲ ପରିବର୍ତ୍ତେ ଖାଲି ପାଦରେ ଚାଲିବାର ଅଭ୍ୟାସକୁ ଆପଣେଇଛନ୍ତି । ସେଠାରେ ଲୋକଙ୍କୁ ପବ୍‌ ହେଉ ବା ପାର୍ଟି କିମ୍ବା ଅଫିସ୍‌ ବା ଶପିଂ ସବୁ ସ୍ଥାନରେ ଖାଲି ପାଦରେ ଦେଖିବାକୁ ମିଳୁଛି । ସେଠାକାର ସବୁ ଲୋକ ଯେ ଜୋତା-ଚପଲ ପିନ୍ଧିବା ଅଭ୍ୟାସ ଭୁଲିସାରିଛନ୍ତି ତାହା କହିବା ଭୁଲ୍‌ ହେବ । କିନ୍ତୁ ଅଧିକାଂଶ ଲୋକଙ୍କୁ ସଡ଼କରୁ ନେଇ ଖେଳପଡ଼ିଆ ଯାଏ ବିନା ଜୋତାରେ ଦେଖିବାକୁ ମିଳୁଛି । 




ନିକଟରେ ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ଏ ସଂପର୍କରେ ଜଣେ ୟୁଜର୍‌ ଏକ ପୋଷ୍ଟ କରିଥିଲେ । ସେଥିରେ ରାସ୍ତାରେ ଲୋକଙ୍କୁ ଖାଲି ପାଦରେ ବୁଲୁଥିବା ଦେଖିବାକୁ ମିଳୁଛି । ୧୯ ସେକେଣ୍ଡ୍‌ର ସେହି ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି, ଅଷ୍ଟ୍ରେଲିଆବାସୀଙ୍କୁ କ’ଣ ହୋଇଛି? ସେହି ଭିଡିଓକୁ ଅଦ୍ୟାବଧି ପ୍ରାୟ ୬୬ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ସେପଟେ କେବଳ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯେ ଏହି ଟ୍ରେଣ୍ଡ୍‌ ତୀବ୍ର ଗତିରେ ଲୋକପ୍ରିୟ ହେଉଛି ତାହା ନୁହେଁ । ସ୍କୁଲରେ ମଧ୍ୟ ପିଲାଙ୍କୁ ଖାଲି ପାଦରେ ଚାଲିବାର ଲାଭ ବିଷୟରେ ବର୍ଣ୍ଣନା କରାଯାଉଛି । ପର୍ଥରେ ଏକ ପ୍ରାଥମିକ ସ୍କୁଲରେ ବିଭିନ୍ନ ପ୍ରକାର ଲାଭ ସଂପର୍କରେ ଦର୍ଶାଯାଇ ଛାତ୍ରଛାତ୍ରୀଙ୍କୁ ଖାଲି ପାଦରେ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇଛି । ସୂଚନାଥାଉକି, ୨୦୧୨ରେ ନ୍ୟୁୟର୍କ ଟାଇମ୍ସର ଜଣେ ଲେଖକ ନ୍ୟୁଜିଲାଣ୍ଡ ଯାତ୍ରା ସମୟରେ ପ୍ରଥମେ ଏହି ଟ୍ରେଣ୍ଡ୍‌କୁ ଦେଖିଥିବା ରିପୋର୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.