ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଲାହୋର ବିମାନବନ୍ଦରରୁ ପାକିସ୍ତାନର ଏହି ଜଣାଶୁଣା ୟୁଟ୍ୟୁବରଙ୍କୁ ଗିରଫ କଲା ଗୁପ୍ତଚର ଏଜେନ୍ସି , ହଜ୍ ପାଇଁ ଯାଉଥିଲେ ସାଉଦି ଆରବ…

ନୂଆଦିଲ୍ଲୀ: ପାକିସ୍ତାନର ଜଣାଶୁଣା ୟୁଟ୍ୟୁବର୍ ଏବଂ ଟିଭି ଆଙ୍କର୍ ଇମ୍ରାନ ରିଆଜ ଖାନଙ୍କୁ ବୁଧବାର ଲାହୋର ବିମାନବନ୍ଦରରେ ଗିରଫ କରାଯାଇଛି । ଗୁପ୍ତଚର ଏଜେନ୍ସିର ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ରିୟାଜ ଖାନ ପାକିସ୍ତାନର ଶକ୍ତିଶାଳୀ ସେନାର ସମାଲୋଚକ ଏବଂ ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ଭାବରେ ବେସ୍ ଜଣାଶୁଣା । ଏହି ସମୟ ମଧ୍ୟରେ ରିୟାଜଙ୍କ ଭାଇ ଲାହୋର ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ତାଙ୍କ ସୁରକ୍ଷିତ ମୁକ୍ତି ଦାବି କରିଛନ୍ତି ।

ରିପୋର୍ଟ ମୁତାବକ, ଇମ୍ରାନ ରିଆଜ ଖାନ ସାଉଦି ଆରବର ହଜକୁ ଯିବା ପାଇଁ ଲାହୋର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ଓକିଲ ଅଜହର ସିଦ୍ଦିକିଙ୍କ ଅନୁଯାୟୀ, ଇମ୍ରାନ ରିଆଜ ଖାନଙ୍କୁ ଅଜ୍ଞାତ ବ୍ୟକ୍ତିମାନେ ଅପହରଣ କରି ନେଇଛନ୍ତି, ଯେଉଁ ମାନଙ୍କ ପାଖରେ ପୋଲିସ ଥିଲେ ।

ରିପୋର୍ଟ ଅନୁଯାୟୀ, ରିୟାଜ ଖାନ ମଧ୍ୟ ତାଙ୍କ ଅପହରଣକୁ ବିରୋଧ କରିଥିଲେ । ହେଲେ ଏହାର କୌଣସି ଲାଭ ତାଙ୍କୁ ମିଳିନଥିଲା । ସିଦ୍ଦିକି ଅଭିଯୋଗ କରିଛନ୍ତି ଯେ ଅପହରଣକାରୀ ମାନେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇଯାଇଛନ୍ତି । ରିଆଜ୍ ଖାନ୍ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ୨୦୨୦ ରେ 'ଇମ୍ରାନ୍ ରିଆଜ୍ ଖାନ୍' ନାମରେ ଆରମ୍ଭ କରିଥିଲେ । ତାଙ୍କର ୪.୮୩ ମିଲିଅନ ସବସ୍କ୍ରାଇବର ଅଛନ୍ତି । ତାଙ୍କର ଅଧିକାଂଶ ଭିଡିଓ ପାକିସ୍ତାନ ସରକାର ଏବଂ ପାକ୍ ସେନା ଉପରେ ଅଛି । 

ରିୟାଜ ଖାନଙ୍କ ବିଷୟରେ କହିବାକୁ ଗଲେ, ସେ ପ୍ରଥମେ ଏକ ସ୍ଥାନୀୟ ଖବରକାଗଜରେ କ୍ରାଇମ ରିପୋର୍ଟର ଭାବରେ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । କରେଣ୍ଟ ଆଫେୟାର୍ସ ହୋଷ୍ଟ ଭାବରେ ସେ ଜିଏନ୍ଏନ୍ ଏବଂ ସାମା ଟିଭିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପରେ ସେ ଏକ୍ସପ୍ରେସ ନ୍ୟୁଜ୍ ଚ୍ୟାନେଲରେ ମୁଖ୍ୟ ଆଙ୍କର୍ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.