ନୂଆଦିଲ୍ଲୀ, ୨୫/୦୮: ଜୁଲାଇ ୨୧ ତାରିଖରେ ଜଗଦୀପ୍ ଧନଖଡ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଏପଟେ ନୂଆ ଭାଇସ୍ ପ୍ରେସିଡେଣ୍ଟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉଭୟ ଶାସକ ଏବଂ ବିରୋଧୀ ସମର୍ଥିତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିସାରିଛନ୍ତି । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ସେହି ଦିନ ହିଁ ଭୋଟ୍ ଗଣତି ହେବ । ହେଲେ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ମନରେ ଉଙ୍କିମାରୁଛି । ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ କାହିଁକି କାର୍ଯ୍ୟକାଳ ଅଧାରୁ ପଦ ଛାଡ଼ିଲେ ? ଉପରୁ ଚାପ ପଡ଼ୁଥିଲା ନା ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଉପରାଷ୍ଟ୍ରପତି ପଦରୁ ଓହରିଗଲେ ? ତେବେ ଏସବୁ ପ୍ରଶ୍ନ ଉପରେ ଉତ୍ତର ଦେଇ ପ୍ରସଂଗରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ସେ ନ୍ୟୁଜ୍ ଏଜେନ୍ସି ଏନଏଆଇରୁ ସାକ୍ଷତକାର ଦେଇ ଶାହ କହିଛନ୍ତି, ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଗଜଦୀପ୍ ଧନଖଡ୍ ଉପରାଷ୍ଟ୍ରପଦ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟକିଛି କାରଣ ନାହିଁ । ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପୂର୍ଣ୍ଣ ସ୍ପଷ୍ଟ । ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା । ସେ ତାଙ୍କ କାର୍ଯ୍ୟକାଳରେ ବହୁତ ଭଲ କାମ କରିଛନ୍ତି । କିଛି ବିରୋଧୀ ନେତା ଧନଖଡ଼ଙ୍କୁ 'ନଜରବନ୍ଦୀ' କରି ରଖାଯାଇଥିବା ଦାବି କରିଛନ୍ତି । ସତ ଏବଂ ମିଛର ବାଖ୍ୟା କେବଳ ବିରୋଧୀଙ୍କ ବୟାନ ଉପରେ ନିର୍ଭର ହେବା କଥା ନୁହେଁ । ଏହାକୁ ଅଧିକ ବଡ଼ କରିବା ଅନୁଚିତ୍ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ।
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ ଗତ ମାସରେ ଇସ୍ତଫା ଦେଇଥିଲେ । ଏହାକୁ ନେଇ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । କହିବାକୁ ଗଲେ ଗତ ସପ୍ତାହରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧନଖଡଙ୍କ ପଦକ୍ଷେପ ଉପରେ ସରକାରଙ୍କୁ ଟାର୍ଗେଟ କରି ପଚାରିଥିଲେ ଯେ ପୁରୁଣା ଉପରାଷ୍ଟ୍ରପତି କୁଆଡ଼େ ଗଲେ ?