ନୂଆଦିଲ୍ଲୀ ୨୩/୦୪: ସୁପରଷ୍ଟାର ମାମୁଟି କେବଳ ତାଙ୍କର ଦମଦାର ଅଭିନୟ ପାଇଁ ନୁହେଁ, ତାଙ୍କର କାର ଏବଂ ୩୬୯ ନମ୍ବର ପଛରେ ଥିବା ଆକର୍ଷଣୀୟ କାହାଣୀ ପାଇଁ ମଧ୍ୟ ଜଣାଶୁଣା। ତାଙ୍କ କଲେକ୍ସନରେ ଅନେକ ବିଳାସପୂର୍ଣ୍ଣ ଗାଡି ରହିଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା। ତଥାପି, ବହୁତ କମ୍ ଲୋକ ଜାଣନ୍ତି ଯେ ମାମୁଟି ୩୬୯ ନମ୍ବରକୁ ଖୁବ୍ ଭଲ ପାଆନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ସମସ୍ତ କାର ୩୬୯ ନମ୍ବରରେ ପଞ୍ଜୀକୃତ  ।

କୁହାଯାଏ ଯେ ତାଙ୍କ କ୍ୟାରିୟରର ପ୍ରାରମ୍ଭରେ, ମାମୁଟି ଏକ ବ୍ରିଫକେସ୍ କିଣିଥିଲେ ଯାହାର ଲକ୍ କୋଡ୍ ୩୬୯ ଥିଲା। ତାଙ୍କୁ ଏହି ନମ୍ବରଟି ପସନ୍ଦ ଆସିଥିଲା କାରଣ ଏହା ୩ ର ଗୁଣିତକ ଏବଂ ଶେଷରେ ସେ ଏହାକୁ ତାଙ୍କର ସମସ୍ତ ଗାଡିରେ ବ୍ୟବହାର କରିବା ଆରମ୍ଭ କଲେ। ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଅନୁସାରେ, ତାଙ୍କର ବିଳାସପୂର୍ଣ୍ଣ ଗାଡି କଲେକ୍ସନରେ ବିଏମ୍ଡବ୍ଲ୍ୟୁ E46 M3, ମିନି କୁପର ଏସ୍, ଜାଗୁଆର XJ, ଟୟୋଟା ଲ୍ୟାଣ୍ଡ୍ କ୍ରିଇଜର୍, ଅଡି A7, ମିସ୍ତୁବିଶି ପଜେରୋ ସ୍ପୋର୍ଟ, ଟୟୋଟା ପର୍ଚୁନର, ଏବଂ ଅନେକ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ଗାଡି ଅନ୍ତର୍ଭୁକ୍ତ। ଏହି ସମସ୍ତ ଗାଡି ୩୬୯ ନମ୍ବରରେ ପଞ୍ଜିକୃତ। ମାମୁଟିଙ୍କର ୩୬୯ ନମ୍ବରରେ ପଞ୍ଜିକୃତ କାର ପାଇଁ ଏକ ଫେସବୁକ୍ ପେଜ୍ ମଧ୍ୟ ଅଛି।

​​​​​​​

ତେବେ ୱାର୍କଫ୍ରଣ୍ଟ କହିବାକୁ ଗଲେ ମାମୁଟିଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକରେ ମୋହନଲାଲଙ୍କ ସହିତ ହାଇ-ପ୍ରୋଫାଇଲ୍ ଆକ୍ସନ୍ ଥ୍ରୀଲର୍ "ପେଟ୍ରିଅଟ୍" ଅନ୍ତର୍ଭୁକ୍ତ, ଯାହା ମେ ୧ ରେ ରିଲିଜ୍ କରିବ। ଏଥିସହିତ ଆଦୂର ଗୋପାଳକୃଷ୍ଣନଙ୍କ ନିର୍ଦ୍ଦେଶିତ ଡ୍ରାମା "ପଦଯାତ୍ରା" ମଧ୍ୟ ସାମିଲ। ତାଙ୍କୁ ସମ୍ପ୍ରତି "କଲାମକାଭଲ୍" ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ..