ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ପାଚନ କ୍ରିୟାକୁ ସୁଦୃଢ କରିବ ଲବଙ୍ଗ, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | March 19, 2025 7:47 AM

ଆମ ଦେଶରେ ଖାଦ୍ୟ ପରେ ମାଉଥ ଫ୍ରେସନର ଭାବରେ ଅନେକ ଜିନିଷ ଖିଆଯାଏ, ଯେଉଁଥିରେ ପାନମହୁରି, ଗୁଜୁରାତି ଏବଂ ଲବଙ୍ଗ ପ୍ରମୁଖ। ଏଥିମଧ୍ୟରୁ, ଖାଇବା ପରେ ଲବଙ୍ଗକୁ ଚୋବାଇବାକୁ ବିଶେଷ ଭାବରେ ପରାମର୍ଶ ଦିଆଯାଏ। ଏହା ପଛରେ ଅନେକ ବୈଜ୍ଞାନିକ ଏବଂ ଆୟୁର୍ବେଦିକ କାରଣ ଲୁଚି ରହିଛି । ଲବଙ୍ଗ କେବଳ ଶ୍ୱାସକୁ ସତେଜ କରେ ନାହିଁ ବରଂ ପାଚନ କ୍ରିୟାକୁ ମଧ୍ୟ ମଜବୁତ କରିବା, ଦାନ୍ତ ସମସ୍ୟା ଦୂର କରିବା ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ଲାଭ ଦେବାରେ ମଧ୍ୟ ସହାୟକ ହୋଇଥାଏ ।

ଅଧ୍ୟୟନ ପ୍ରକାଶ ପାଇଛି ଯେ,୨୦୧୪ ମସିହାରେ ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗାଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ରହିଛି । ଏହା ସହିତ, ଏଥିରେ ୟୁଜେନୋଲ୍ ନାମକ ଏକ ବିଶେଷ ଉପାଦାନ ରହିଛି, ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପାଟିରୁ ଦୁର୍ଗନ୍ଧ ଦୂର କରିଥାଏ। ଏହି କାରଣରୁ ଲବଙ୍ଗ କେବଳ ଖାଦ୍ୟରେ ନୁହେଁ ବରଂ ଆୟୁର୍ବେଦିକ ଏବଂ ଘରୋଇ ଉପଚାରରେ ମଧ୍ୟ ବ୍ୟବହୃତ ହୁଏ।

ଲବଙ୍ଗ କେବଳ ଏକ ମସଲା ନୁହେଁ ବରଂ ଏକ ଔଷଧ ମଧ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଦିଗରେ ଲାଭପ୍ରଦ ହୋଇଥାଏ । ଖାଦ୍ୟ ଖାଇବା ପରେ ଲବଙ୍ଗ ଚୋବାଇଲେ ପାଚନ ଶକ୍ତି ମଜବୁତ ହୁଏ । ଏହା ଗ୍ୟାସ୍, ବଦହଜମୀ ଭଳି ସମସ୍ୟାକୁ କମ୍‌ କରିବାରେ ସାହାଯ୍ୟ କରେ । ଲବଙ୍ଗରେ ଥିବା ଉପାଦାନଗୁଡ଼ିକ ପାଚନ କ୍ରିୟାକୁ ସକ୍ରିୟ କରିଥାଏ, ଯାହାଦ୍ୱାରା ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ।

ମୁହଁର ଜୀବାଣୁ ଦୂର କରିଥାଏ ଲବଙ୍ଗ-

ଲବଙ୍ଗରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ପାଟିରେ ଥିବା ବ୍ୟାକ୍ଟେରିଆକୁ ଦୂର କରିଥାଏ, ଯାହା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ। ଏହା ଏକ ପ୍ରାକୃତିକ ମାଉଥ ଫ୍ରେସନର ଭାବରେ କାର୍ଯ୍ୟ କରେ ଏବଂ ଦୀର୍ଘ ସମୟ ପାଇଁ ପାଟିକୁ ସତେଜ ରଖେ। ଲବଙ୍ଗରେ ୟୁଜେନୋଲ୍ ନାମକ ଏକ ଉପାଦାନ ଥାଏ, ଯାହା ଦାନ୍ତ ବିନ୍ଧା ଏବଂ ମାଢ଼ି ଫୁଲା କମ୍‌ କରିବାରେ ସାହାଯ୍ୟ କରେ। ତେଣୁ ଯୁଗ ଯୁଗ ଧରି ଦାନ୍ତର ଯତ୍ନ ପାଇଁ ଲବଙ୍ଗ ବ୍ୟବହାର ହୋଇଆସୁଛି ।

ଲବଙ୍ଗରେ ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଥାଏ, ଯାହା ଗଳା ଯନ୍ତ୍ରଣା, ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ। ବିଶେଷକରି ଶୀତ ଋତୁରେ, ଲବଙ୍ଗ ଚୋବାଇଲେ ଗଳାରେ ଜମା ହୋଇଥିବା କଫକୁ ସହଜରେ ବାହାର କରିବାରେ ସାହାୟକ ହୋଇଥାଏ । ଅନେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଲବଙ୍ଗ ସେବନ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିରେ ଏପରି ଉପାଦାନ ଅଛି ଯାହା ଶରୀରରେ ଇନସୁଲିନ୍‌ର ଗତିକୁ ବୃଦ୍ଧି କରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ ।

ଲବଙ୍ଗରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ହୋଇ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଯାହା ଆପଣଙ୍କୁ ବିଭିନ୍ନ ପ୍ରକାରର ସଂକ୍ରମଣ ତଥା ରୋଗରୁ ରକ୍ଷା କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଖାଇସାରିବା ପରେ ୧ରୁ୨ଟି ଲବଙ୍ଗ ଚୋବାଇବା ଅତ୍ୟନ୍ତ ଲାଭଦାୟକ । ଏହାକୁ ଧିରେ ଧରେ ଚୋବାନ୍ତୁ ଏବଂ ଏହାର ରସକୁ ସେବନ କରନ୍ତୁ । ଯହି ଏହିପରି ଭାବରେ ଆପଣ ପ୍ରତିଦିନ ଲବଙ୍ଗ ଖାଆନ୍ତିସ ତେବେ ଏହା ଆପଣଙ୍କ ପାଚନ ସମ୍ୱନ୍ଧୀୟ ସମସ୍ୟା ଦୂର କରିବା ସହ ଅନ୍ୟ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.