ସୁନ୍ଦରଗଡ, ୧୧।୪ : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ସ୍ବାମୀ। ଲହୁଣୀପଡା ଥାନାର ବରଷୁଆଁ ନିକଟ ଶସ୍ୟକଳା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ସାରଫିନା ମିଞ୍ଜ।

ଲହୁଣୀପଡା ଥାନାର ବରଷୁଆଁ ନିକଟ ଶସ୍ୟକଳା ଗାଁରେ ରହୁ ଥିବା ସାରଫିନା ମିଞ୍ଜ ଏବଂ ସ୍ୱାମୀ ଜୁଲୁ ମିଞ୍ଜର କୌଣସି କାରଣକୁ ନେଇ ଝଗଡା ହୋଇ ଥିଲା। ସ୍ୱାମୀ ଜୁଲୁ ମିଞ୍ଜ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ କାଠ ଫାଳିଆ ଆଣି ସ୍ତ୍ରୀର ମୁଣ୍ଡ ଓ ଦେହକୁ ବାରମ୍ବାର ପିଟିଥିଲେ। ଫଳରେ ସ୍ତ୍ରୀ ଗୁରୁତର ହୋଇ ପଡି ଥିଲା। ଏହି ଘଟଣା ଲହୁଣୀପଡ଼ା ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ପହଁଚିଥିଲା। ଗୁରୁତର ଅବସ୍ଥାରେ ସାରଫିନାକୁ ଉଦ୍ଧାର କରି ଲହୁଣୀପଡା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କାଠ ଫାଳିଆ ସହିତ ଅଭିଯୁକ୍ତ ସ୍ୱାମୀ କୁ ଅଟକ ରଖି ପଚାର ଊଚୁରା କରୁଛି।