ନୂଆଦିଲ୍ଲୀ,୨୪/୦୩; ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ପାକିସ୍ତାନ, ଇଜିପ୍ଟ ଓ ତୁର୍କୀ ଉଦ୍ୟମ ଚଳାଇଛନ୍ତି । ଯୁଦ୍ଧରେ ଆମେରିକା ଗୋଟିଏ ପକ୍ଷ ହୋଇଥିବାରୁ ଆଲୋଚନାରେ ଏହା ପ୍ରତ୍ୟକ୍ଷ ଭାବେ ସାମିଲ ହେବା ଇରାନ ଚାହୁଁଥିବା କୁହାଯାଉଛି । ଉପରୋକ୍ତ ୩ ଦେଶର ବିଦେଶ ମନ୍ତ୍ରୀମାନେ ପୃଥକ ଭାବେ ହ୍ୱାଇଟ୍ ହାଉସର ପ୍ରତିନିଧି ଏବଂ ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘଚିଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ସପ୍ତାହରେ ଇସ୍ଲାମାବାଦରେ ବୈଠକ ହେବାର ସମ୍ଭାବନା ରହିଛି । ଏଥିରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବଘେର ଘାଲିବଫ, ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ, କୁଶନର ଓ ୱିଟକଫ୍ ଏବଂ ୩ ଦେଶର ବିଦେଶ ମନ୍ତ୍ରୀ ଯୋଗଦେବେ ।
ଇରାନ ଆମେରିକା ସହିତ ଆଲୋଚନା କରିବାକୁ ମନା କରିଛି, କିନ୍ତୁ ଏହି ଅଞ୍ଚଳର କିଛି ଦେଶ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରୟାସ କରୁଥିବା ସ୍ୱୀକାର କରିଛି । ଗତ ଦୁଇ ଦିନ ଧରି ତୁର୍କୀ, ଇଜିପ୍ଟ ଏବଂ ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ କରୁଥିବା ଜଣାପଡ଼ିଛି । ଇରାନ-ଆମେରିକା ବିବାଦ ମଧ୍ୟରେ ପାକିସ୍ତାନ ସମେତ ତୁର୍କୀ ଏବଂ ଇଜିପ୍ଟ ଆଲୋନଚା ପରଚାଳନା କରୁଛନ୍ତି । ତଥାପି କୌଣସି ଦେଶ ଏ ନେଇ ଆନୁଷ୍ଠାନିକ ଭାବରେ କିଛି କହିନାହାନ୍ତି । ବର୍ତ୍ତମାନ ଆମେରିକା କହିଛି କି କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪୮ ଘଣ୍ଟାର ଅଲଟିମେଟମକୁ ୫ ଦିନିଆ ଅସ୍ତ୍ରବିରତି ପର୍ଯ୍ୟନ୍ତ ବଢାଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସୋମବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ ଯୋଗେ କଥା ହୋଇ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ କରିବାକୁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହା ବି ପଢନ୍ତୁ...'ଏବେ ସମୟ ଆସିଛି…', ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଥିଲା ଆଲୋଚନା
ଯୁଦ୍ଧରେ ୫ ଦିନିଆ ବ୍ରେକ୍- ଗତ ଫେବୃଆରୀ ୨୮ରୁ ଇରାନ-ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ଗତକାଲିଠୁ ୫ ଦିନ ପାଇଁ ମିଡିଲ୍ ଇଷ୍ଟରେ ଯୁଦ୍ଧ ବନ୍ଦ ହୋଇଛି । ଆମେରିକା-ଇରାନ୍ ଯୁଦ୍ଧରେ ଶେଷ କରିବାକୁ ଦୁଇ ଦେଶ ଭିତରେ ଚାଲିଛି ଡିଲ୍ । ଆମେରିକା ରଖିଥିବା ଏକ ୧୫ ସୂତ୍ରୀ ପ୍ରସ୍ତାବ ଉପରେ ଦୁଇ ଦେଶ ଆଲୋଚନା କରୁଛନ୍ତି । ବିଫଳ ହେଲେ ପୁଣିଜୋରଦାର ହମ୍ଲା ହେବ । ସେପଟେ ଇରାନ କହିଛି ଟ୍ରମ୍ପ ଡରିଗଲେ । ଆସନ୍ତା ସପ୍ତାହରେ ପାକିସ୍ତାନରେ ବୈଠକ ହେବ ।