ଭୁବନେଶ୍ଵର, ୨୭/୧୧ : ବିଧାନସଭାର ଶୀତ ଅଧିବେଶନ ଆରମ୍ଭ। ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଓ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ସମର୍ଥନ କରିଛନ୍ତି। ଶୋକ ପ୍ରସ୍ତାବ ପରେ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି। ଅପରାହ୍ଣ ସାଢେ ୪ଟା ଯାଏଁ ବିଧାନସଭା ମୁଲତବୀ ରହିଛି।
ଆଜି ଅପରାହ୍ଣ ସାଢେ ୪ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ଅଭିଭାଷଣ ରଖିବେ। ତେଣୁ ୩ଟା ୪୫ ସୁଦ୍ଧା ଗୃହର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି। ନିଜ ନିର୍ବାଚନ କ୍ଷେତ୍ର ସିଟ୍ରେ ବସିବାକୁ କୁହାଯାଇଛି।
ପ୍ରକାଶ ଥାଉକି, ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି। ଶୀତ ଅଧିବେଶନର ଦ୍ୱିତୀୟ ଦିନରେ (୨୮ ନଭେମ୍ବର) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ ।