ମୁମ୍ୱାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଭାଲେଣ୍ଟାଇନ୍ସ ଡେ’ରେ ଏହି ଫଟୋ ସେୟାର କରି ନିଜର ପ୍ରଶଂସକଙ୍କ ହୃଦୟକୁ ଖୁସି କରିଛନ୍ତି। ଏହି ଫଟୋରେ ସେ ଏକୁଟିଆ ନାହାନ୍ତି,ତାଙ୍କ ସହ ତାଙ୍କର ପୂରା ପରିବାର ଅଛି। ସେ ଫଟୋ ପୋଷ୍ଟ କରି ଲେଖିଛନ୍ତି , ଅଗ୍ନିହୋତ୍ରିୟନ୍ସ, ଶର୍ମାନିୟନ୍ସ ଓ ଖାନେନିୟନ୍ସ ଆପଣ ସମସ୍ତଙ୍କୁ ପାରିବାରିକ ଦିବସର ଶୁଭକାମନା ଦେଉଛି। 

ପ୍ରଶଂସକଙ୍କୁ ସଲମାନଙ୍କର ଏହି ଅନ୍ଦାଜ ବହୁତ ଭ ଲାଗିଛି। ସେମାନେ ଫଟୋରେ କମେଣ୍ଟ କରି ତାଙ୍କର ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି , ପରଫେକ୍ଟ ଫ୍ୟାମିଲି। ଅନ୍ୟ ଜଣେ ଲେଖିଛନ୍ତି , ଆମେ ଏକାଠି ଅଛୁ( ହମ୍‌ ସାଥ୍‌ ସାଥ୍‌ ହୈଁ )। ୩ୟ ଜଣଙ୍କ ଲେଖିଛନ୍ତି , ଭାଇ ଏହାକୁ କହନ୍ତି ହିରୋ । ଅନ୍ୟପଟେ କିଛି ଲୋକ ସଲମାନଙ୍କୁ ତାଙ୍କର ଆଗାମୀ ଫିଲ୍ମ “ସିକନ୍ଦର”ର ଅପଡେଟ୍‌ ମାଗିଛନ୍ତି। 

ସୂଚନା ଆଧାରରେ ସଲମାନ ଖାନଙ୍କ ଫିଲ୍ମ “ସିକନ୍ଦର” ଚଳିତ ବର୍ଷ ଇଦ୍‌ ଅବସରରେ ହଲ୍‌ରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ଏଆର ମୁରୁଗାଦାସ ଡାଇରେକ୍ଟ କରୁଛନ୍ତି। ସେପଟେ ସାଜିଦ୍‌ ନାଜିଆଡୱାଲା ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରୁଛନ୍ତି। ଏହି ଆକ୍ସନ –ଥ୍ରୀଲର ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଅଛନ୍ତି।  


ୱାର୍କଫ୍ରଣ୍ଟର କଥା ଯଦି କହିବା ତ, ଫିଲ୍ମ “ସିକନ୍ଦର” ପରେ ସଲମାନ ନିଜର ସବୁଠୁ ବଡ଼ ଫିଲ୍ମ କିକ୍‌ର ଫ୍ରାଞ୍ଚାଇଜ୍‌ ଉପରେ କାମ କରିବେ । ମିଡ଼ିଆ ରିପୋର୍ଟ ମୁତାବିକ୍‌, ଇଦ୍‌ ପରେ ସଲମାନ କିକ୍‌-୨ ପ୍ରସ୍ତୁତିରେ ଲାଗି ପଡ଼ିବେ । କୁହାଯାଉଛି ଯେ , କିକ୍‌ ପରି କିକ୍‌-୨ରେ ମଧ୍ୟ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍ ନଜର ଆସିବେ। ହେଲେ ଏବେସୁଦ୍ଧା ସରକାରୀ ଭାବେ ଏହି କଥା ନିଶ୍ଚିନ୍ତ ହୋଇ ନାହିଁ।