PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

UPSC ରେଜଲ୍ଟ: ୨ ଜଣ ଆୟଶାଙ୍କ ୧୮୪ ତମ ରାଙ୍କ୍; ରୋଲ୍ ନଂ ସମାନ, ଉଭୟ କହିଲେ ‘ମୋର ହୋଇଛି ସିଲେକ୍ସନ’

ନୂଆଦିଲ୍ଲୀ ୨୪/୫: UPSC ମଙ୍ଗଳବାର ସିଭିଲ୍ ସେବା ୨୦୨୨ ପରୀକ୍ଷାର ରେଜଲ୍ଟ ଜାରି କରିଦେଇଛି । ମଧ୍ୟପ୍ରଦେଶରେ ୟୁପିଏସସି ରେଜଲ୍ଟକୁ ନେଇ ଚକିତ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି । କୁହାଯାଉଛି କି ଗୋଟିଏ ରୋଲ ନଂରେ ୨ ଜଣ ଯୁବତୀ ପରୀକ୍ଷା ଦେଇଥିଲେ ଏବଂ ଉଭୟଙ୍କୁ ୧୮୪ ତମ ରାଙ୍କ ମିଳିଛି । କାହାର ଦାବି କେତେ ଠିକ୍ ଏହା ଯାଞ୍ଚ ପରେ ହିଁ ଜଣାପଡିବ । ତେବେ ଉଭୟଙ୍କ ଘରେ ଖୁସିରେ ଉତ୍ସବ ପାଳନ ହେଉଛି ।

ଘଟଣାଟି ଦେବାସର ଆୟଶା ଫାତିମା ଏବଂ ଅଲିରାଜପୁରର ଆୟଶା ମକରାନୀଙ୍କ ସହିତ ଜଡିତ । କହିରଖୁଛୁ ମଙ୍ଗଳବାର ଆସିଥିବା ରେଜଲ୍ଟ ପରେ ଆୟଶା ନାମକ ଯୁବତୀଙ୍କୁ ୧୮୪ ତମ ରାଙ୍କ ମିଳିଛି । ଏହା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ଗୋଟିଏ ପରିବାର ଦେବାସର, ଯେଉଂଥିରେ ଆୟଶା ଫାତିମା, ପିତା ନଜିରୁଦ୍ଦିନଙ୍କୁ ୧୮୪ ତମ ରାଙ୍କ୍ ମିଳିଛି । ଦ୍ୱିତୀୟ ପରିବାର ଅଲ୍ଲୀରାଜପୁର ଜିଲ୍ଲାର ଆୟଶା ମକରାନୀ, ପିତା ସଲିମୁଦ୍ଦିନ । ତାଙ୍କୁ ମଧ୍ୟ ୧୮୪ ରାଙ୍କ୍ ମିଳିଛି । ଉଭୟଙ୍କ ରୋଲ୍ ନମ୍ବର ଗୋଟିଏ ହେବାରୁ ଏହି ତ୍ରୁଟି ହୋଇଛି । ଆଡମିଟ୍ କାର୍ଡରେ ଗୋଟିଏ ରୋଲ୍ ନଂ ୭୮୧୧୭୪୪ ରହିଛି । ଉଭୟଙ୍କ ଗୋଟିଏ ରୋଲ୍ ନଂ ରହିବା ଏକ ବହୁତ ବଡ ପ୍ରଶ୍ନ । ତେବେ ଉଭୟଙ୍କ ଦାବି କି ସେମାନେ ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।

ଅଲ୍ଲୀରାଜପୁର ଆୟଶାଙ୍କ ଭାଇ ଶାହବାଜୁଦ୍ଦିନ ମକରାନୀ(ସିଭିଲ୍ ଇଞ୍ଜିନିୟର)ଙ୍କ କହିବାନୁସାରେ ତାଙ୍କ ଭଉଣୀ କଠିନ ପରିଶ୍ରମ କରିଛନ୍ତି । ମାଙ୍କ ସ୍ୱପ୍ନ ସେ ଆଇଏଏସ୍ ହେବେ । ତାଙ୍କୁ ୧୮୪ ରାଙ୍କ୍ ମିଳିଛି । ଏହାକୁ ନେଇ ସେ କୋର୍ଟ ମଧ୍ୟ ଯିବେ । ସେହିଭଳି ଦେବାସର ଆୟଶା ଫାତିମାଙ୍କ ପିତା ନଜିରୁଦ୍ଦିନଙ୍କ ଦାବି ଅନୁସାରେ ତାଙ୍କ ଝିଅ ସିଲେକ୍ଟ ହୋଇଛନ୍ତି । ଅନ୍ୟ ଆୟଶାଙ୍କ ସହିତ କିଛି ସମସ୍ୟା ଥାଇପାରେ ବୋଲି ସେ କହିଛନ୍ତି ।

ତେବେ ମାମଲା ସାମ୍ନାକୁ ଆସିବା ପରେ ଉଭୟ ଯେବେ ଆଡମିଟ୍ କାର୍ଡ ଦେଖିଲେ ତେବେ ଅଲ୍ଲୀରାଜପୁରର ଆୟଶାଙ୍କ ଆଡମିଟ୍ କାର୍ଡରେ କିଛି ଭୁଲ୍ ନଜର ଆସିଥିଲା । ପ୍ରଥମଟି କି ଦେବାସର ଆୟଶାଙ୍କ ଆଡମିଟ୍ କାର୍ଡରେ ୟୁପିଏସସିର ୱାଟର ମାର୍କ ମଧ୍ୟ ରହିଛି ଯଦିଓ ଅଲ୍ଲୀରାଜପୁରର ଆୟଶାଙ୍କ ଆଡମିଟ କାର୍ଡରେ ସାଦା କାଗଜରେ ପ୍ରିଣ୍ଟ୍ ଆଉଟ୍ ଭଳି ଲାଗୁଛି । ଦ୍ୱିତୀୟ କାରଣ ଏହାକି ଦେବାସର ଆୟଶାଙ୍କ ଆଡମିଟ୍ କାର୍ଡରେ କ୍ୟୁଆର୍ କୋଡ୍ ମଧ୍ୟ ରହିଛି ଯାହାକୁ ସ୍କାନ୍ କଲେ ସେହି ସୂଚନା ସାମ୍ନାକୁ ଆସୁଛି ଯାହା ଆଡମିଟ୍ କାର୍ଡରେ ଲେଖା ହୋଇଛି । ଯଦିଓ ଅଲ୍ଲୀରାଜପୁରର ଆୟଶାଙ୍କ ଆଡମିଟ୍ କାର୍ଡରେ କ୍ୟୁଆର୍ କୋଡ୍ ନାହିଁ । ସେହିଭଳି ଆୟଶା ମକରାନୀଙ୍କ ଆଡମିଟ୍ କାର୍ଡରେ ପର୍ସନାଲିଟି ଟେଷ୍ଟର ତାରିଖ ୨୫ ଏପ୍ରିଲ ଥିଲା ଏବଂ ଗୁରୁବାର ବୋଲି ଉଲ୍ଲେଖ ରହିଥିଲା । କିନ୍ତୁ ଆୟଶା ଫାତିମାଙ୍କ କାର୍ଡରେ ମଧ୍ୟ ପର୍ସନାଲିଟି ଟେଷ୍ଟ ତାରିଖ ୨୫ ଏପ୍ରିଲ ଥିଲା କିନ୍ତୁ ମଙ୍ଗଳବାର । ବାସ୍ତବରେ ୨୫ ଏପ୍ରିଲ ମଙ୍ଗଳବାର ଥିଲା । ଅନ୍ୟପଟେ ଅଲ୍ଲୀରାଜପୁରର ଆୟଶୀ ନିଜ ସହିତ ଫ୍ରଡ୍ ହୋଇଥିବା କହୁଛନ୍ତି କିନ୍ତୁ ଦେବାସର ଆୟଶୀ ନିଜ ସଫଳତାକୁ ନେଇ କନଫିଡେଣ୍ଟ ଅଛନ୍ତି ।

ଆୟଶା ଫାତିମା ଦେବାସର ବିନ୍ଧ୍ୟାଞ୍ଚଳ ସ୍କୁଲରୁ ଏକାଦଶ ପର୍ଯ୍ୟନ୍ତ ପଢି ମଡେଲ ପବ୍ଲିକ୍ ସ୍କୁଲରୁ ଦ୍ୱାଦଶ ପାସ୍ କରିଛନ୍ତି । ଆୟଶାଙ୍କ ପିତା ନଜିରୁଦ୍ଦିନ୍ ଶେଖ୍ ସରକାରୀ ଶିକ୍ଷକ ଏବଂ ମା ସ୍କୁଲ୍ ସଞ୍ଚାଳିକା ଅଛନ୍ତି । ଆୟଶା ନିଜ ମାତା-ପିତାଙ୍କ ସାନ ଝିଅ . ସେ ଇଞ୍ଜିନିୟର ହେବା ପାଇଁ ଜେଇଇ ପରୀକ୍ଷା ପାସ୍ କରି SGSITS  କଲେଜ୍ ଇନ୍ଦୋରରୁ ଇଲେକ୍ଟ୍ରିକାଲ୍ ବ୍ରାଞ୍ଚରୁ ଗ୍ରାଜୁଏସନ୍ କରିଛନ୍ତି । କିନ୍ତୁ କିଛି ବଡ କରିବା ପାଇଁ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହୋଇଥିଲେ । ୟୁପିଏସସିରେ ପ୍ରଥମ ୩ ଥର ଅସଫଳତା ପାଇବା ପରେ ସେ ଏବେ ସଫଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର