ଭୁବନେଶ୍ବର, ୫।୧: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ସାତଜଣ ଯୁବକ ମିଶି ମହିଳାଙ୍କୁ ହାଣିଲେ। ଖଣ୍ଡା ଏବଂ ପାଇପରେ ଆକ୍ରମଣ କଲେ ୭ ଦୁର୍ବୃତ୍ତ। ସାଲିଆ ସାହି ନୟାଗଡ଼ ବସ୍ତିରେ ଘଟିଛି ଏପରି ମରଣାନ୍ତକ ଆକ୍ରମଣ। ଗୁରୁତର ମହିଳା ଜଣକ ହେଉଛନ୍ତି ରୀନା ମହାନ୍ତି।
ସାଲିଆ ସାହି ନୟାଗଡ଼ ବସ୍ତିରେ ରୀନା ମହାନ୍ତି ରୁହନ୍ତି। ଶନିବାର ରାତିରେ ପୁଅ କୁଆଡେ ଯାଇଥିବାରୁ ରୀନା ଘରେ ଏକୁଟିଆ ଥିଲେ। ରାତି ସାଢ଼େ ଗୋଟେ ବେଳେ ୭ଜଣ ଦୁର୍ବୃତ୍ତ ରୀନା ମହାନ୍ତିଙ୍କ ଘରେ ପଶି ତାଙ୍କୁ ଖଣ୍ଡା ଓ ପାଇପରେ ଆକ୍ରମଣ କରିଥିଲେ। ଏଥିରେ ରୀନା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମୈତିବିହାର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କୁ ଧରିବା ବିଭିନ୍ନ ଜାଗାରେ ପୋଲିସର ତନାଘନା ଚଳାଇଛି।