ବ୍ରହ୍ମପୁର,୨୧।୭  :  ଘରେ ଏକୁଟିଆ ଥିବା ବେଳେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ। ବ୍ରହ୍ମପୁର ନୀଳାଞ୍ଚଳ ନଗର ୫ ନଂ ଲେନରେ ଏଭଳି  ଘଟଣା  ଘଟିଛି। ମୃତ ମହିଳା ଜଣକ ହେଲେ ନମିତା ରଥ। ମୃତ ମହିଳା ଜଣକ ଜଣେ  ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ । 

ପରିବାର ଲୋକଙ୍କ କହିବା ଅନୁଯାୟୀ ଘରେ  କେହି ନ ଥିଲେ। ନମିତା ଏକୁଟିଆ ଘରେ ଥିଲେ। ପରିବାର ଲୋକ ଘରକୁ ଆସି ଦେଖିଲା ବେଳକୁ ସେ ଜଳିଯାଇଛନ୍ତି। ପରେ ମହିଳା ଜଣଙ୍କୁ ଏମକେସିଜି ମେଡିକାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏହା ହତ୍ୟା ନା ଆଉ କଣ ତାହା ଜଣାପଡି ନାହିଁ।