ଚନ୍ଦାହାଣ୍ଡି, ୩।୫ -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଲାଙ୍ଗପଡା ଗ୍ରାମର ଜଣେ ମହିଳାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ଲାଙ୍ଗପଡା ଗ୍ରାମର ତ୍ରିଲୋଚନ ମାଝି ଙ୍କ ସ୍ତ୍ରୀ ରତ୍ନା ମାଝି (୪୧) l
ଲାଙ୍ଗପଡା ଗ୍ରାମର ତ୍ରିଲୋଚନ ମାଝିଙ୍କ ସ୍ତ୍ରୀ ସକାଳେ ଉଠି ଘରେ ଲାଗିଥିବା କୂଅର ବିଦ୍ୟୁତ ମୋଟର ପାଣି ପାଇଁ ଚଳାଉଥିବା ସମୟରେ ବିଦ୍ୟୁତ ତାଙ୍କ ଗୋଡ଼ରେ ଲାଗି ସେ ଅଚେତ ହୋଇ ପଡି ଯାଇଥିଲେ l ତାଙ୍କ ସ୍ୱାମୀ ବାହାରକୁ ଦାଦନ ଯାଇ ଥିବା ବେଳେ ସେ ନିଜ ବୃଦ୍ଧ ଶଶୁରଙ୍କ ସହ ରହୁଥିଲେ l ସେଠାରେ କୌଣସି ଲୋକ ନ ଥିବାରୁ ତାଙ୍କୁ କେହି ବଞ୍ଚାଇ ପାରି ନ ଥିଲେ l ପାଖ ଲୋକ ତାଙ୍କୁ ଦେଖି ତୁରନ୍ତ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଥିଲେ l ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରି ଥିଲେ l ଖବରପାଇ ପୋଲିସ ଡାକ୍ତର ଖାନା କୁ ଯାଇ ଶଵ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଙ୍କୁ ହସ୍ତାନ୍ତର କରିଛି।