ତିଳେଶ୍ୱର୨୯/୧୨: କୂଅରେ ଖସିପଡି ମହିଳାଙ୍କ ମୃତ୍ୟୁ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ କୂଅ ଭିତରୁ ଉଦ୍ଧାର କରିଛି। ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମରେ ଏହି ଘଟଣା ଘଟିଛି । ଗାଁର ଅଭୟ କହଁରଙ୍କ ପତ୍ନୀ ବାସନ୍ତୀ କହଁର (୨୮) ପାଣି ପାଇଁ ନିଜ ଘର ପଛପଟ କୂଅକୁ ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆଉ ଫେରି ନଥିବା ବେଳେ ପରିବାର ଲୋକେ ସନ୍ଦେହ କରିଥିଲେ । ଆଉ ଏହା ପରେ ଯାଇ ଖଜାଖୋଜି କରିଥିଲେ। ବହୁତ ସମୟ ଖୋଜାଖୋଜି ପରେ କୂଅରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇ ଚାରିଛକ ଦମକଳ ବହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବହିନୀ ପହଁଚି ତାଙ୍କ ଶବକୁ କୂଅରୁ ଉଦ୍ଧାର କରି ହରଭଙ୍ଗା ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଥିବା ବେଳେ ହରଭଙ୍ଗା ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅଗ୍ନିଶମ ବିଭାଗର ହାବିଲଦାର ଚିତ୍ତରଞ୍ଜନ ମାହାରଙ୍କ ସମେତ ୬ ଜଣିଆ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।