ନୂଆଦିଲ୍ଲୀ – ଗାଜାରୁ ଇସ୍ରାଏଲ ସେନା ଦ୍ୱାରା ଉଦ୍ଧାର ହୋଇ ଥିବା ଜଣେ ୟଜିଦି ମହିଳା ନିଜର ଭୟଙ୍କର ଅନୁଭୂତିକୁ ବଖାଣିଛନ୍ତି। ଦୁଇ ସପ୍ତାହ ପୂର୍ବେ ରକ୍ଷା ପାଇ ଥିବା ୟଜିଦି ମହିଳା ସୈନିକ ଅମିନ ସିଦୋ ଆଇଏସଆଇଏସ ର କବଜାରେ ରହିବା ବେଳେ ନିଜ ସହ ହୋଇଥିବା ଭୟଙ୍କର ଅତ୍ୟାଚାରକୁ ମନେପକାଇଛନ୍ତି। ସିଦୋ କହିଛନ୍ତି କି ତାଙ୍କୁ ତାଙ୍କର ଭାଇଙ୍କ ସହ ୯ ବର୍ଷ ବୟସରେ ଆଇଏସଆଇଏସ୍ର ସୈନିକମାନେ କଏଦ କରିନେଇ ଥିଲେ। କିଛି ଦିନ ପରେ ତାଙ୍କୁ ବନ୍ଧକ କରାଯାଇ ଥିବା ହଜାର ହଜାର ଲୋକଙ୍କ ସହ ସିଞ୍ଜରରୁ ତାଲ୍ ଅଫାର ଯାଏ ପାଦରେ ଚଲାଇ ଚଲାଇ ନେବାକୁ ବାଧ୍ୟ କରାଯାଇ ଥିଲା। ସେ କହିଛନ୍ତି ,ତିନି ଦିନ ଯାଏ ଲଗାତାର ଭୋକ ଉପାସରେ ରହିବା ପରେ ଆତଙ୍କୀ ମାନେ ଆମକୁ ମାଂସ ଓ ଚାଉଳ ଖାଇବାକୁ ଦେଲେ , ଆମେ ସମସ୍ତଙ୍କୁ ମାଂସର ସ୍ୱାଦ ଅଜବ ଲାଗିଲା, କିନ୍ତୁ ୩ଦିନ ଯାଏ ଭୋକ ଉପାସରେ ରହିବା କାରଣରୁ, ଭୋକଜ୍ୱାଳା ସହି ନପାରି ଆମେ ସବୁ ସେହି ଚାଉଳ ଓ ମାଂସ ଖାଇ ଦେଲୁ।
ଯରୁଶଲମ୍ ପୋଷ୍ଟକୁ ଦିଆଯାଇ ଥିବା ନିଜର ଇଣ୍ଟରଭ୍ୟୁରେ ସିଦୋ କହିଛନ୍ତି କି , ଯେବେ ଆମେ ସବୁ ସେହି ଚାଉଳ ଓ ମାଂସ ଖାଇଲୁ , ତ କିଛି ଲୋକଙ୍କ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଗଲା। ଆଇଏସଆଇଏସର ଲୋକେ ଆମକୁ ପରେ କହିଲେ ଯେ, ସେ ଆମକୁ ଖାଇବାକୁ ଯେଉଁ ମାଂସ ଦେଇଥିଲେ , ତାହା ୟଜିଦି ଶିଶୁଙ୍କର ଥିଲା। ନିଜ କଥାକୁ ପ୍ରମାଣିତ କରିବା ପାଇଁ ସେ ଆମକୁ ମୁଣ୍ଡ କାଟ ହୋଇଥିବା ନିରୀହ ଶିଶୁଙ୍କ ଫଟୋ ଦେଖାଇଲେ ଏବଂ କହିଲେ ଏ ସେହି ଶିଶୁମାନେ,ଯାହାକୁ ତୁମେମାନେ ଏବେ ଖାଇଲ।
ଆଇଏସଆଇଏସର ସୈନିକଙ୍କ ଦ୍ୱାରା ନିଜର ୟଜିଦି ବନ୍ଧକଙ୍କୁ ମଣିଷ ମାଂସ ଖୁଆଇବାର ଏହି ଘଟଣା ଗୋଟିଏ ନୁହେଁ । ୨୦୧୭ ମସିହାରେ ୟଜିଦି ସାଂସଦ ବିୟାନ ଦାଖିଲ ମଧ୍ୟ ଆତଙ୍କୀ ସଙ୍ଗଠନ ଦ୍ୱାରା ଆରମ୍ଭ କରାଯାଇ ଥିବା ଏହି ପ୍ରଥାକୁ ସାମନାକୁ ଅଣାଗଲା। ସିଦୋ କହିଛନ୍ତି କି, ଯେବେ ଆତଙ୍କୀ ଗ୍ରୁପର ସୈନିକମାନେ ଆମକୁ କହିଲେ ଯେ , ସେ ଆମକୁ ମାନବ ମାଂସ ଖୁଆଇଛନ୍ତି , ସେଠାରେ ଉପସ୍ଥିତ ଅନେକ ଲୋକଙ୍କୁ ଏତେ ଦୁଃଖ ଲାଗିଲା ଯେ, ତାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଗଲା । ତାଙ୍କର ଯନ୍ତ୍ରଣା ଏହି ଠାରେ ହିଁ ଶେଷ ହୋଇଗଲା । ମୋତେ ୨୦୦ ଅନ୍ୟ ୟଜିଦି ଯୁବତୀଙ୍କ ସହ ଏକ ବେସମେଣ୍ଟ ଥିବା ଜେଲ୍ରେ ଅନେକ ମାସ ଯାଏ ରଖାଗଲା। ସେଠାର ସ୍ଥିତି ଏତେ ଖରାପ ଥିଲା ଯେ , ଯୁବତୀଙ୍କ ମୃତ୍ୟୁ ଦୁର୍ଗନ୍ଧ ଖାଦ୍ୟ ଖାଇବା ଓ ପାଣି ପିଇବା ଯୋଗୁଁ ହିଁ ହୋଇଗଲା।
ସିଦୋ କହିଛନ୍ତି କି, ଯେବେ ବେସମେଣ୍ଟ ( ଭୂମିଗତ ) ଜେଲରୁ ବାହାର କରାଗଲା ପରେ ତାଙ୍କୁ ୫ ଥର ବିକ୍ରି କରାଯାଇ ଥିଲା। ଏଥିରୁ ଜଣେ ସୈନିକ ଅବୁ ଅମର ଅଲ୍-ମକାଦିସି ସହ ତାଙ୍କର ଦୁଇ ଜଣ ପିଲା ମଧ୍ୟ ଅଛନ୍ତି । ବର୍ଷ ବର୍ଷ ଧରି କଏଦରେ ରହିବା ପରେ କିଛି ଦିନ ପୂର୍ବେ ଇସ୍ରାଏଲୀୟ ସେନାର ନେତୃତ୍ୱରେ ଯେବେ ସେନା ଅଭିଯାନରେ ତାଙ୍କୁ ଗାଜାରୁ ଉଦ୍ଧାର କରାଗଲା , ସେତେବେଳେ ସେ ନିଜ ପରିବାର ସହ ଇରାକ୍ ଫେରିପାରିଲେ। ହେଲେ ତାଙ୍କର ପିଲା ଏବେ ବି ବନ୍ଧକଙ୍କ ପାଖରେ ଗାଜାରେ ରହିଛନ୍ତି। ଯେଉଁଠି ତାଙ୍କର ପାଳନ ପୋଷଣ ଆରବ ମୁସଲମାନଙ୍କ ରୂପେ କରାଯାଉଛି।