ନୂଆଦିଲ୍ଲୀ, ୨୮/୦୨; ଟି-ଟ୍ୱେଣ୍ଟି ସିରଜ ପରାଜୟ ଦୁଃଖ ଦିନିକିଆରେ ଗଲା । ଭାରତ ବିପକ୍ଷ ଦିନିକିଆ ସିରଜକୁ ଆଗୁଆ କବଜା କରିଛି ଘରୋଇ ଅଷ୍ଟ୍ରେଲିଆ । ଜର୍ଜିୟା ଭୋଲଙ୍କ ଶତକ ଏବଂ ଫୋଏବ ଲିଚଫିଲ୍ଡଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଘରୋଇ ଅଷ୍ଟ୍ରେଲିଆ ମହିଳା ଦଳ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତକୁ ୫ ୱିକେଟ୍ରେ ହରାଇ ସିରିଜ କବ୍ଜା କରିଛି । ଏଥିସହ ଘରୋଇ ଦଳ ଗତ ଟି-ଟ୍ୱେଣ୍ଟି ସିରିଜ ପରାଜୟର ମଧୁର ପ୍ରତିଶୋଧ ନେଇଛି । କ୍ୟାରିୟରରେ ଦ୍ୱିତୀୟ ଦିନିକିଆ ଶତକ ଅର୍ଜନ କରିଥିବା ଭୋଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
Australia win by 5 wickets in Hobart.
— BCCI Women (@BCCIWomen) February 27, 2026
They take an unassailable lead of 2-0 in the #AUSvIND ODI series.
Scorecard▶️ https://t.co/2h7AVOuGrA#TeamIndia pic.twitter.com/xcv1HiaGCz
ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରତୀକା ରାୱଲ ଓ ଅଧିନାୟିକା ହର୍ମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ବଳରେ ଦଳ ୯ ୱିକେଟ୍ ହରାଇ ୨୫୧ ରନ୍ ସଂଗ୍ରହ କରିଥିଲା । ପ୍ରତୀକା ୫୨ (୬ଚୌକା), ସ୍ମୃତି ମନ୍ଧନା ୩୧ (୪ଚୌକା), ହର୍ମନପ୍ରୀତ ୫୪ (୨ଚୌକା, ୧ଛକା), ରିଚା ଘୋଷ ୨୨, କାଶଭୀ ଗୌତମ ୨୫, କ୍ରାନ୍ତି ଗୌଡ଼ ୧୯ ଓ ବୈଷ୍ଣବୀ ଶର୍ମା ଅପରାଜିତ ୧୦ରନ୍ କରିଥିଲେ । ଘରୋଇ ଦଳ ଉପରେ ୨୫୧ ରନ୍ର ଟାର୍ଗେଟ ଥିଲା । ଯାହାକୁ ସହଜରେ ହାସଲ କରିନେଇଥଲା କଙ୍ଗାରୁ ଟିମ୍ ।
ଅଷ୍ଟ୍ରେଲିଆ ପକ୍ଷରୁ ଆସଲି ଗାର୍ଡନର, ଆନାବେଲ ସୁଦରଲାଣ୍ଡ ଓ ଆଲାନା କିଙ୍ଗ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୨୫୨ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୩୬.୧ ଓଭରରେ ୫ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଭୋଲ ୧୦୧ (୧୩ଚୌକା, ୧ଛକା), ଲିଚଫିଲ୍ଡ ୮୦ (୧୧ଚୌକା, ୧ଛକା), ବେଥ୍ ମୁନି ୩୧, ଗାର୍ଡନର ଅପରାଜିତ ୧୯ ରନ୍ କରିଥିଲେ । ଭାରତ ପକ୍ଷରୁ କାଶଭୀ ଓ ଦୀପ୍ତି ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଆସନ୍ତାକାଲି (ରବିବାର) ହୋବାର୍ଟ ଠାରେ ଉଭୟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ଭାରତ ସମ୍ମାନ ପାଇଁ ଖେଳିବ ।