ପୁରୀ,୨୪/୧୦: ଶାଢ଼ି ଓ ବ୍ଲାଉଜରେ ମହାପ୍ରଭୁଙ୍କର ଚିତ୍ର । କେଉଁଠି ପଛ ପାର୍ଶ୍ବରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଙ୍କାଯାଇଛି ତ କେଉଁଠି ଶାଢ଼ିର ଧଡ଼ିରେ ମହାପ୍ରଭୁ ରହିଛନ୍ତି । ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ଚିତ୍ର ଥିବା ଏହି ଶାଢ଼ି ସବୁ ଅନ୍ଲାଇନରେ ବ୍ୟବସାୟ ହେଉଛି । ଏନେଇ ଜଗନ୍ନାଥ ପ୍ରେମୀମାନେ କ୍ଷୋଭ ଜାହିର କରିଛନ୍ତି । ବସ୍ତ୍ରରେ ମହାପ୍ରଭୁଙ୍କ ଚିତ୍ର ରହିବା ସହ ଏହାକୁ ଏଭଳି ପ୍ରଦର୍ଶିତ କରିବା ଦ୍ୱାରା ମହାପ୍ରଭୁଙ୍କ ସମ୍ମାନକୁ ହାନୀ ପହଞ୍ଚୁଥିବା ଅଭିଯୋଗ ହୋଇଛି ।
କିଛି ଦିନ ତଳେ ଜଣେ ଛୋଟ ଶିଶୁ ମହାପ୍ରଭୁଙ୍କ ଚିତ୍ର ଥିବା ଟି-ସାର୍ଟ ପିନ୍ଧି ପୁରୀରେ ଚିକେନ୍ ବିରିୟାନୀ ଖାଉଥିବାର ଦୃଶ୍ୟ ମଧ୍ୟ ବେଶ୍ ଭାଇରାଲ୍ ହୋଇଥିଲା । ପୁରୀର ପ୍ରାୟତଃ ପ୍ରତ୍ୟେକ ଦୋକାନରେ ଏଭଳି ମହାପ୍ରଭୁଙ୍କ ଚିତ୍ର ଥିବା ଡ୍ରେସ୍ ଓ ଶାଢ଼ି ବିକ୍ରି ହେଉଛି । ଏହାର ବିକ୍ରି ଉପରେ ରୋକ ଲଗାଇବାକୁ ଦାବି ଉଠିଛି।