ଟୋକିଓ, ୧୧/୦୯: ଡବଲ ଅଲିମ୍ପିକ୍ସ ପଦକ  ବିଜେତା ନୀରଜ ଚୋପ୍ରା ଆଜି ଟୋକିଓରେ ପହଞ୍ଚିଛନ୍ତି ।  ପୂର୍ବରୁ ଭାରତୀୟ ଦଳ ପହଞ୍ଚି ଅଭ୍ୟାସ ଜାରି ରଖିଥିଲା । ବୁଧବାର ନୀରଜ ଦଳ ସହ ଯୋଗ ଦେଇଛନ୍ତି । ଆସନ୍ତା ୧୩  ତାରିଖରୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ ଆରମ୍ଭ  ହେବ । ଡିଫେଣ୍ଡିଂ ଚାମ୍ପିଅନ ନୀରଜ ଏଥର ଟୋକିଓରେ  ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି ।  

ବିଶ୍ୱ ଆଥଲେଟିକ୍ସ ଇତିହାସରେ ପୂର୍ବରୁ କେବେ ୪ ଜଣ ଭାରତୀୟ ଜାଭେଲିନ ଥ୍ରୋରେ ପ୍ରତିନିଧିତ୍ୱ  କରିବାର ସୁଯୋଗ ପାଇନଥିଲେ । ଏଥର ପ୍ରଥମ ଥର ନୀରଜଙ୍କୁ ମିଶାଇ ୪ ଜଣ ପ୍ରତିନିଧିତ୍ୱ କରିବେ । ସେମାନେ ହେଲେ ରୋହିତ  ଯାଦବ, ସଚିନ ଯାଦବ ଓ ୟଶ ବୀର ସିଂ ।

 ୨୦୨୩ ସଂସ୍କରଣରେ ନୀରଜ ୮୮.୧୭  ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । ପାକିସ୍ତାନର ଅର୍ଶଦ  ନଦୀମ (୮୭.୮୨ ମିଟର) ରୌପ୍ୟ ଏବଂ ଚେକ୍‌  ଗଣରାଜ୍ୟର ଜାକୁବ ଭାଦଲେଚ (୮୬.୬୭ ମିଟର)  ବ୍ରୋଞ୍ଜ ଜିତିଥିଲେ । ଗତ ଅଲିମ୍ପିକ୍ସରେ ନଦୀମ ସ୍ୱର୍ଣ୍ଣ  ଜିତିଥିଲେ । ଟୋକିଓରେ ମଧ୍ୟ ସେ ଅଂଶ ଗ୍ରହଣ କରିବେ ।

 

ଭାରତୀୟ ଦଳ:  ପୁରୁଷ: ନୀରଜ ଚୋପ୍ରା-ଜାଭେଲିନ, ଗୁଲବୀର  ସିଂ -୫୦୦୦ ମିଟର, ପ୍ରବୀଣ ଚିତ୍ରାଭେଲ-ଟ୍ରିପଲ  ଜମ୍ପ, ଅବଦୁଲ୍ଲା ଅବୁବେକର-ଟ୍ରିପଲ ଜମ୍ପ, ସର୍ଭେସ  କୁଶାରେ-ହାଇ ଜମ୍ପ, ଅନିମେଶ କୁଜୁର-୨୦୦ ମିଟର,  ସଚିନ ଯାଦବ-ଜାଭେଲିନ, ୟଶ ବୀର ସିଂ-ଜାଭେଲିନ,  ମୂରଲୀ ଶ୍ରୀଶଙ୍କର-ଲଙ୍ଗ ଜମ୍ପ, ସର୍ଭିନ ସେବାଷ୍ଟିଆନ-୨୦  କି.ମି ରେସୱାକ, ରାମ ବାବୁ-୩୫ କି.ମି ରେସୱାକ,  ଗୁଲବୀର ସିଂ-୧୦୦୦୦ ମିଟର, ସନ୍ଦୀପ କୁମାର-୩୫  କି.ମି ରେସୱାକ, ରୋହିତ ଯାଦବ-ଜାଭେଲିନ ଓ ତେଜାସ  ଶିର୍ଷେ-୧୧୦ ମିଟର ହର୍ଡଲ୍ସ ।

ମହିଳା: ପାରୁଲ ଚୌଧୁରୀ-୩୦୦୦ ମିଟର  ଷ୍ଟିପଲଚେଜ, ଅନୁ ରାଣୀ-ଜାଭେଲିନ, ପ୍ରିୟଙ୍କା  ଗୋସ୍ୱାମୀ-୩୫ କି.ମି ରେସୱାକ, ଅଙ୍କିତା-୩୦୦୦ ମିଟର  ଷ୍ଟିପଲଚେଜ ଏବଂ ପୂଜା-୧୫୦୦ ଓ ୮୦୦ ମିଟର ।