ନୂଆଦିଲ୍ଲୀ,୦୪/୦୪: ବ୍ରାଜିଲ୍ରେ ଚାଲିଥିବା ବିଶ୍ୱ ବକ୍ସିଂ କପ୍ରେ ଭାରତର ୩ଜଣ ବକ୍ସର ସେମି ଫାଇନାଲ୍ରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । ସେମାନେ ହେଲେ ମନୀଷ ରାଠୋର, ହିତେଶ ଓ ଅବିନାଶ ଜାମୱାଲ ।
ପୁରୁଷ ୫୫କିଲୋ ବର୍ଗ କ୍ୱାର୍ଟରରେ ମନୀଷ ଅଲିମ୍ପିଆନ୍ ଅଷ୍ଟ୍ରେଲିଆର ୟୁସୁଫ୍ ଚୋଥିଆଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ । ସେମି ଫାଇନାଲ୍ରେ ସେ କାଜାଖସ୍ତାନର ନୁରସୁଲତାନ ଅଲ୍ଟିନବେକ୍ଙ୍କୁ ସାମ୍ନା କରିବେ ।
ସେହିପରି ୬୫କିଲୋ ବର୍ଗ କ୍ୱାର୍ଟରରେ ଅବିନାଶ ଜର୍ମାନୀର ଡେନିସ୍ ବ୍ରିଲ୍ଙ୍କୁ ଏବଂ ୭୦କିଲୋ ବର୍ଗ କ୍ୱାର୍ଟରରେ ହିତେଶ ଇଟାଲୀର ଗାବ୍ରିଏଲ ଗୁଇଡି ରୋଣ୍ଟାନିଙ୍କୁ ହରାଇଥିଲେ । ସେମି ମୁକାବିଲାରେ ହିତେଶ ଫ୍ରାନ୍ସର ମାକନ ଟ୍ରାଓରେଙ୍କୁ ଏବଂ ଅବିନାଶ ଇଟାଲୀର ଗିଆନଲୁଗି ମାଲାଙ୍ଗଙ୍କୁ ଭେଟିବେ । ଚଳିତ ଟୁର୍ଣ୍ଣାମେଣ୍ଟରେ ୧୯ଟି ଦେଶରୁ ୧୩୦ଜଣ ବକ୍ସର ଭାଗ ନେଇଛନ୍ତି।