ନୂଆଦିଲ୍ଲୀ,୦୪/୦୪: ବ୍ରାଜିଲ୍‌ରେ ଚାଲିଥିବା  ବିଶ୍ୱ ବକ୍ସିଂ କପ୍‌ରେ ଭାରତର ୩ଜଣ ବକ୍ସର ସେମି ଫାଇନାଲ୍‌ରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । ସେମାନେ ହେଲେ ମନୀଷ ରାଠୋର, ହିତେଶ ଓ  ଅବିନାଶ ଜାମୱାଲ । 

ପୁରୁଷ  ୫୫କିଲୋ ବର୍ଗ କ୍ୱାର୍ଟରରେ ମନୀଷ  ଅଲିମ୍ପିଆନ୍‌ ଅଷ୍ଟ୍ରେଲିଆର ୟୁସୁଫ୍‌  ଚୋଥିଆଙ୍କୁ ହରାଇ ବିପର୍ଯ୍ୟୟ  ଘଟାଇଥିଲେ । ସେମି ଫାଇନାଲ୍‌ରେ ସେ କାଜାଖସ୍ତାନର  ନୁରସୁଲତାନ ଅଲ୍ଟିନବେକ୍‌ଙ୍କୁ ସାମ୍ନା କରିବେ । 

ସେହିପରି ୬୫କିଲୋ ବର୍ଗ କ୍ୱାର୍ଟରରେ ଅବିନାଶ  ଜର୍ମାନୀର ଡେନିସ୍‌ ବ୍ରିଲ୍‌ଙ୍କୁ ଏବଂ ୭୦କିଲୋ ବର୍ଗ  କ୍ୱାର୍ଟରରେ ହିତେଶ ଇଟାଲୀର ଗାବ୍ରିଏଲ ଗୁଇଡି  ରୋଣ୍ଟାନିଙ୍କୁ ହରାଇଥିଲେ । ସେମି ମୁକାବିଲାରେ ହିତେଶ  ଫ୍ରାନ୍ସର ମାକନ ଟ୍ରାଓରେଙ୍କୁ ଏବଂ ଅବିନାଶ ଇଟାଲୀର ଗିଆନଲୁଗି ମାଲାଙ୍ଗଙ୍କୁ ଭେଟିବେ । ଚଳିତ ଟୁର୍ଣ୍ଣାମେଣ୍ଟରେ  ୧୯ଟି ଦେଶରୁ ୧୩୦ଜଣ ବକ୍ସର ଭାଗ ନେଇଛନ୍ତି।