PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ୱର୍ଲ୍ଡକପ ବିଜେତା ଇଂଲଣ୍ଡକୁ ୨୮ କୋଟି ଓ ଟ୍ରଫି: ଜାଣନ୍ତୁ ୧୧ କେଜିର ୱର୍ଲ୍ଡକପ ଟ୍ରଫି ସମ୍ପର୍କରେ…

ନୁଆଦିଲ୍ଲୀ ୧୫/୭: ବିଶ୍ୱକପ୍ ଫାଇନାଲରେ ନ୍ଯୁଜିଲାଣ୍ଡକୁ ହରାଇଦେଲା ଇଂଲଣ୍ଡ । ବିଶ୍ୱକପ୍ ବିଜେତା ଇଂଲଣ୍ଡକୁ ପୁରସ୍କାର ରାଶି ରୂପେ ୨୮ କୋଟି ଟଙ୍କା  ଦିଆଗଲା । ଫାଇନାଲ ମୁକାବିଲାରେ ପରାସ୍ତ ହୋଇଥିବା ଟିମ୍ ନ୍ଯୁଜିଲାଣ୍ଡକୁ ୧୪ କୋଟି ଟଙ୍କା ପୁରସ୍କାର ରାଶି ରୂପେ ପ୍ରଦାନ କରାଗଲା । ଚାମ୍ପିଅନ୍ ହୋଇଥିବା ଟିମକୁ ସୁନା-ରୂପାରେ ପ୍ରସ୍ତୁତ ହୋଇଥିବା ୧୧ କିଲୋର ଟ୍ରଫି ମଧ୍ୟ ପ୍ରଦାନ କରାଗଲା । ନ୍ଯୁଜିଲାଣ୍ଡ ଟିମ୍ କ୍ୟାପ୍ଟେନ୍ କେନ୍ ୱିଲିୟମସନଙ୍କୁ ପ୍ଲେୟାର ଅଫି ଦ ଟୁର୍ଣ୍ଣାମେଣ୍ଟ ଏବଂ ଇଂଲଣ୍ଡର ବେନ୍ ଷ୍ଟୋକସଙ୍କୁ ମ୍ୟାନ୍ ଅଫ ଦ  ମ୍ୟାଚ୍ ଆୱାର୍ଡ ଦିଆଯାଇଛି । ୱିଲିୟମସନ୍ ୮ ପାଳିରେ ୫୪୮ ରନ୍‌ ସଂଗ୍ରହ କରିଥିଲେ । ତାଙ୍କ କ୍ଯାପ୍ଟେନସିପରେ ନ୍ୟୁଜିଲାଣ୍ଡ ଟିମ୍ ଫାଇନାଲରେ ପହଞ୍ଚି ପାରିଥିଲା । ଅନ୍ୟପଟେ ଷ୍ଟୋକସ୍ ଫାଇନାଲରେ ୯୮ ବଲରେ ୮୫ ରନ୍ ସଂଗ୍ରହ କରିଥିଲେ ।

ରୋହିତ ନମ୍ବର ୧ ବ୍ଯାଟ୍ସମ୍ଯାନ୍ ଓ ଷ୍ଟାର୍କ ନମ୍ବର ୧ ବୋଲର୍
ରୋହିତ ଶର୍ମା ଏହି ୱର୍ଲ୍ଡକପର ଟପ୍ ସ୍କୋରର ରହିଛନ୍ତି । ସେ ୯ଟି ମ୍ୟାଚରେ ମୋଟ ୬୪୮ ରନ୍ ସଂଗ୍ରହ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଡେଭିଡ୍ ୱର୍ନର ଅଛନ୍ତି । ସେ ୧୦ଟି ମ୍ୟାଚରେ ୬୪୭ ରନ୍ କରିଛନ୍ତି । ଅନ୍ଯପଟେ ଅଷ୍ଟ୍ରେଲିଆରେ ମିଶେଲ୍ ଷ୍ଟାର୍କ ଟପ୍ ବୋଲର ଅଛନ୍ତି । ସେ ୨୭ ୱିକେଟ୍ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ କାବିଜ ମୁସ୍ତାଫିଜୁର ରହମାନ ୨୦ ୱିକେଟ୍ ନେଇଛନ୍ତି । କିନ୍ତୁ ତାଙ୍କ  ଟିମ୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହିଁ ବାହାରିଯାଇଥିଲା । ତୃତୀୟ ସ୍ଥାନରେ କାବିଜ ଆର୍ଚର ୨୦ ୱିକେଟ୍ ନେଇଛନ୍ତି ।

ୱର୍ଲ୍ଡ କପର ଟ୍ରଫିର ଓଜନ ୧୧ କିଲୋ
ୱର୍ଲ୍ଡ କପ ଟ୍ରଫିର ଓଜନ ୧୧ କିଲୋ । ଏହା ସୁନା-ରୁପାରେ ମିଶି ପ୍ରସ୍ତୁତ ହୋଇଥାଏ । ଏହାର ଉଚ୍ଚତା ୬୦ ସେଣ୍ଟିମିଟର ହୋଇଥାଏ । ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୨ ମାସ ଲାଗିଥାଏ । ଏଥିରେ ଏକ ଗ୍ଲୋବ ରହିଥାଏ ଯାହା ସୁନାରେ ପ୍ରସ୍ତୁତ ହୋଇଥାଏ । ଏହି ଗ୍ଲୋବ ୩ଟି ମୋଡିହୋଇ ରହିଥିବା ଖୁମ୍ବ ଭରସାରେ ରହିଥାଏ । ଏହି ୩ ଖୁମ୍ବର ଆକାର ଷ୍ଟମ୍ପ୍ସ ଓ ବେଲ୍ସ ଭଳି ହୋଇଥାଏ । ଏହି ଟ୍ରଫିକୁ ପ୍ରଥମ ଥର ପାଇଁ ୧୯୯୯ରେ ନିର୍ମାଣ କରାଯାଇଥିଲା ।