ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ

Published By : Ankita S | June 3, 2025 9:32 AM

ଭୁବନେଶ୍ୱର,୦୩/୦୬: ସାଇକେଲ । ପିଲାଦିନର ଅନେକ କାହାଣୀ ତା ସହ ଜଡ଼ିତ । ତା' ସହ ଯାତ୍ରା ଜୀବନର ମାନେ ବୁଝାଇଛି । ପଡ଼ିଗଲେ ଉଠିବା ବି ଶିଖାଇଛି । ଡ଼ର ଛାଡି ପ୍ରୟାସ କରିବାର ସାହସ ଦେଇଛି । ପିଲାଦିନେ ତାକୁ ଚଲାଇଲେ ଖୁସିରେ ଭରି ଯାଏ ହୃଦୟ । ଆଜି ବି ମନେ ପଡେ ତା କଥା ଆଉ ତାର ସେ କ୍ରିଂ କ୍ରିଂ ଶଦ୍ଦ । ସବୁଠୁ ସରଳ ଆଉ ସୁନ୍ଦର ଆବିଷ୍କାର ଟିଏ ସେ । ପିଲାଦିନ ସ୍ମୁତିଠୁ ନେଇ ଇସ୍ରୋ ସଫଳତାର ସାକ୍ଷୀ ସେ ଆମ ସାଇକେଲ । ତାକୁ ଚଲାଉଥିବା ବ୍ୟକ୍ତି ପାଖରେ ସରଳତାର ପରିଚୟ ମିଳେ । ପିଲାଦିନେ ବାପାଙ୍କ ସାଇକେଲ ପଛରେ ବସି କେତେ ଯେ ଯାତରା ଦେଖିଛି । ସେ ସବୁ ଆଜି ପଡିଯାଏ ମନେ । ସାଇକେଲର ଆବଶ୍ୟକତାକୁ ମନେ ପକାଇ ପ୍ରତବର୍ଷ ଜୁନ ୩ ତାରିଖରୁ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଏ ।

ଦିନ ଥିଲା ସାଇକେଲକୁ ସଂଭ୍ରାନ୍ତଙ୍କ ବାହନ ବୋଲି କୁହାଯାଉଥିଲା । ସରକାରୀ ବିଭାଗରେ କାମ କରୁଥିବା ଡାକ ପିଅନ, ସ୍କୁଲ ଶିକ୍ଷକମାନେ ୧୪ ଇଞ୍ଚରୁ ନେଇ ୨୨ ଇଞ୍ଚିଆ ସାଇକେଲ ଚଲାଉଥିଲେ । ରାତିରେ ରାସ୍ତା ଦିଶିବା ପାଇଁ ସାଇକେଲ ଆଗରେ ଡାଇନାମା ଲଗାଯାଉଥିଲା । ସାଇକେଲର ବେଲ୍ ବାଜିଲେ କେହି ଜଣେ ଘରକୁ ଆସିଲା ବୋଲି ଭାବି ନିଆଯାଉଥିଲା । ଝିଅ ବିବାହ ହେଲେ ଜ୍ୱାଇଁକୁ ଯୌତୁକରେ ସାଇକେଲ ଦିଆଯାଉଥିଲା । ଏପରିକି ରାସ୍ତାରେ ସାଇକେଲ ଚଲାଇବା ପାଇଁ ଟିକସ ଦେବାକୁ ବି ପଡ଼ୁଥିଲା । ଏବେ ସମୟ ବଦଳିଛି । ଯୁଗ ସହ ତାଳ ଦେଇ ବଦଳିଛି ସାଇକେଲ । ଏବେ ସେ ପୁରୁଣା ସାଇକେଲ ନୁହେଁ ରାସ୍ତାରେ ଗଡ଼ୁଛି ବିଭିନ୍ନ ଡିଜାଇନ୍‌ର ଷ୍ଟାଇଲିସ୍‌ ବାଇ ସାଇକେଲ । ସେ ଯାହା ବି ହେଉ ପେଁ ପେଁ ଶଦ୍ଦରେ ଆଜି ବି ହଜିନି କ୍ରିଂ କ୍ରିଂ....  । କାର୍‌, ବାଇକ୍‌କୁ ତାଳ ଦେଇ ସ୍ଥିତି ବଜାୟ ରଖିଛି ସେ । କିଏ ସଉକ ତ କିଏ ଫିଟନେସ୍‌ ପାଇଁ ସାଇକେଲ ଚଲାଉଛନ୍ତି । ଜର୍ମାନର କାର୍ଲ ଭୋନ ଡାରିସ୍ ସାଇକେଲ ଆବିଷ୍କାର କରିଥିଲେ । ୧୮୧୭ରେ ପ୍ରଥମ ତାହାକୁ ସ୍ୱିପ୍ଟୱାକର କୁହାଯାଉଥିଲା ।

ଏବେ ଚାରି ପ୍ରକାରର ସାଇକେଲ ଚାଲୁଛି । ସେଥିମଧ୍ୟରେ ସିଟି ବାଇକ ସାଇକେଲ, ମାଉଣ୍ଟେନ ବାଇକ ସାଇକେଲ, ରୋଡ୍‌ ବାଇକ୍‌ ସାଇକେଲ ସହ ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଇ-ସାଇକଲ ରହିଛି । ପୂର୍ବରୁ ସାଇକେଲର ଦର ୪ରୁ ୭ହଜାର ମଧ୍ୟରେ ଥିବା ବେଳେ ଏବେ ୧୦ହଜାରରୁ ନେଇ ୫ଲକ୍ଷ ପର୍ଯ୍ୟନ୍ତ ଦର ଯାଏ ସାଇକେଲ ବିକ୍ରି ହେଉଛି । ସିଟି ବାଇକ୍‌ ସାଇକେଲ କେବଳ ସହର ଭିତରେ ଚାଲିବ । ଏହାର ଦର ୧୦ ହଜାରରୁ ଆରମ୍ଭ କରି ୨୦ହଜାର ପର୍ଯ୍ୟନ୍ତ ରହିଛି । ରୋଡ୍‌ ବାଇକ୍‌ ସାଇକେଲକୁ ଲୋକେ ଦୂରଦୂରାନ୍ତରକୁ ଭ୍ରମଣରେ ନେଉଛନ୍ତି । ଏହାର ଦର ୫୦ହଜାରରୁ ଆରମ୍ଭ ହେଉଛି । ମାଉଣ୍ଟେନ ସାଇକେଲ ସବୁ ରାସ୍ତାରେ ଚାଲିପାରୁଛି । ଏହି ସାଇକେଲର ଦର ୧୦ହଜାରରୁ ନେଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ସାଇକେଲ ଚଲାଇଲେ ଶରୀର ସୁସ୍ଥ ରୁହେ । ଏକଦମ୍ ଫିଟ୍ । ସତେଜ ଲାଗେ । ସେ ପରିବେଷକୁ ପ୍ରଦୂଷଣ କରେନାହିଁ । ନା ତାର ଶଦ୍ଦ ବିଚଳିତ କରେ । ଚୁପ୍ ଚାପ ସେ ଠିକଣାରେ ପହଞ୍ଚାଇ ଦିଏ । ଆଜି ବିଶ୍ୱ ସାଇକେଲ୍ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.