ନୂଆଦିଲ୍ଲୀ,୨୮।୧୨:  ୟୁରୋପର ଲୋକଙ୍କର ବଢିବାରେ ଲାଗିଛି ମଦ୍ୟାପାନ ନିଶା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଏହାର ମାରାତ୍ମକ ପ୍ରଭାବ ବିଷୟରେ ଏକ ଗମ୍ଭୀର ଚେତାବନୀ ଜାରି କରିଛି। ଡବ୍ଲୁଏଚଓ ଅନୁଯାୟୀ, ମଦ୍ୟପାନ ସମ୍ବନ୍ଧୀୟ ରୋଗ ଏବଂ ଦୁର୍ଘଟଣା ଯୋଗୁଁ  ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ଅର୍ଥାତ ପ୍ରତି ୧୧ ଜଣରେ ଜଣଙ୍କର ମୃତ୍ୟୁ ମଦ୍ୟପାନ ଯୋଗୁଁ ହେଉଛି। ଏହି ସଂଖ୍ୟା କେବଳ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟକୁ ଇଙ୍ଗିତ କରେ ନାହିଁ ବରଂ ଏହାର ଗଭୀର ସାମାଜିକ ଏବଂ ଆର୍ଥିକ ପ୍ରଭାବ ମଧ୍ୟ ରହିଛି।

ଦୁର୍ଘଟଣାର ମୁଖ୍ୟ କାରଣ

୨୦୧୯ ତଥ୍ୟ ଆଧାରରେ, ଡବ୍ଲୁଏଚଓ ଏହି ଭୟଙ୍କର ରିପୋର୍ଟ ପ୍ରକାଶ କରିଛି। ସଂଗଠନ ଅନୁଯାୟୀ, ୟୁରୋପରେ ପ୍ରାୟ ୧୪୫,୦୦୦ ଲୋକ ମଦ୍ୟପାନ ଯୋଗୁଁ ହୋଇଥିବା ଆଘାତ ଯୋଗୁଁ ମୃତ୍ୟୁ ଘଟିଛି।  କେବଳ ସେତିକି ନୁହେଁ ମଦ୍ୟପାନ ମଧ୍ୟ ଆଭ୍ୟନ୍ତରୀଣ ହିଂସା ସହିତ ଜଡିତ, ଯେଉଁଥିରେ ଆକ୍ରମଣ ଏବଂ ଘରୋଇ ହିଂସା ରହିଛି। ସମଗ୍ର ୟୁରୋପରେ ହିଂସାତ୍ମକ ଆଘାତରୁ ହେଉଥିବା ମୃତ୍ୟୁର ଏକ ବଡ଼ କାରଣ ବୋଲି ମନେକରାଯାଏ।

ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ

ଡବ୍ଲୁଏଚଓ/ୟୁରୋପର ଆଲକୋହଲ, ବେଆଇନ୍ ଡ୍ରଗ୍ସ ଏବଂ ଜେଲ୍ ହେଲଥ୍ ଉପରେ ଆଞ୍ଚଳିକ ପରାମର୍ଶଦାତା କାରିନା ଫେରେରା-ବୋର୍ଗେସ୍ କହିଛନ୍ତି, ମଦ ଏଭଳି ଏକ ବିଷାକ୍ତ ପଦାର୍ଥ ଯାହା କେବଳ ସାତ ପ୍ରକାରର କର୍କଟ ଏବଂ ଅନ୍ୟାନ୍ୟ ଅଣ-ସଂକ୍ରମଣକାରୀ ରୋଗ (NCD) ସୃଷ୍ଟି କରିଥାଏ। କେବଳ ସେତିକି ନୁହେଁ ଏହା ନିଷ୍ପତ୍ତି ନେବା ଏବଂ ମଣିଷର ଆତ୍ମସଞ୍ଜମତା କ୍ଷମତାକୁ ମଧ୍ୟ କମ୍ କରିଥାଏ। ରିଆକ୍ସନ ଟାଇମ୍ ଧିମା କରିବା ସହ ତାଳମେଳ କମ୍ କରିଥାଏ। ଏହା ସହ ରିସ୍କ ନେବାର ଅଭ୍ୟାସକୁ ବୃଦ୍ଧି କରିଥାଏ।

ମଦ୍ୟପାନ ଜନିତ ମୃତ୍ୟୁର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ହୃଦରୋଗ, ଲିଭର ସିରୋସିସ୍, ବିଭିନ୍ନ ପ୍ରକାରର କର୍କଟ (ଯେପରିକି ସ୍ତନ ଏବଂ ଅନ୍ତନଳୀ କର୍କଟ), ସଡ଼କ ଦୁର୍ଘଟଣା, ହିଂସା ଏବଂ ଆତ୍ମହତ୍ୟା ରହିଛି। କମ୍ ବୟସର ବ୍ୟକ୍ତିମାନଙ୍କ ମଧ୍ୟରେ ମଦ୍ୟପାନ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ। ଯେଉଁ କାରଣରୁ ଦେଶର ଉତ୍ପାଦକତା ଓ ସ୍ବାସ୍ଥ୍ୟ ପ୍ରଣାଳୀ ଉପରେ ଅଧିକ ବୋଝ ପଡିଥାଏ। ଡବ୍ଲୁଏଚଓର ରିପୋର୍ଟ ଅନୁସାରେ,ୟୁରୋପ ଦୁନିଆର ସେହି ସ୍ଥାନରେ ରହିଛି ଯେଉଁଠାରେ ପ୍ରତି ବ୍ୟକ୍ତି ଅଧିକ ମଦ୍ୟପାନ କରନ୍ତି। ବହୁ ଦେଶରେ ମଦ ସାମାଜିକ ଜୀବନ ଓ ସଂସ୍କୃତିର ଅଂଶ ପାଲଟି ସାରିଛି। ଏହି ଡାଟାରୁ ଜଣାପଡିଛି ପୂର୍ବ ୟୁରୋପରେ ସବୁଠାରୁ ଅଧିକ ଲୋକ ମଦ୍ୟପାନ କରନ୍ତି। ତା ଛଡା ହିଂସା ଏବଂ ଅପରାଧରେ ମଦର ଭୂମିକା ରହିଛି। ୨୦୧୯ ରେ କେବଳ ୟୁରୋପରେ ୨୬୫୦୦ ମୃତ୍ୟୁର କାରଣ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିବା। ଏଥିରେ ୪୦% ହିଂସାର କାରଣର ମଦ ରହିଛି।

ଆହୁରି ପଢନ୍ତୁ : ପୁରା ବିଶ୍ୱରେ ଇଣ୍ଟରନେଟ୍‌ର ମାଲିକ କିଏ ? କେଉଁଠୁ ଆରମ୍ଭ ହୁଏ ଏହାର ସପ୍ଳାଇ ଚେନ୍, ଜାଣନ୍ତି କି ?