ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସମ୍ମମରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ

Published By : Gurupada Nath | October 1, 2024 6:45 PM

ଭୁବନେଶ୍ୱର, ୧/୧୦ : ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗତ ଶୁକ୍ରବାର ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।  ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ ।  କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଓ କାର୍ଡିଆକ୍ ସାଇନ୍‌ସେସ୍ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଶରତ କୁମାର ସାହୁ, ଡାକ୍ତର ବନବିହାରୀ ମିଶ୍ର, ଡାକ୍ତର ବିଭୁତେନ୍ଦ୍ର ମହାନ୍ତି ଓ କନ୍‌ସଲ୍‌ଟାଂଟ ଡାକ୍ତର ସୁନୀଲ ମିଶ୍ର ବକ୍ତବ୍ୟ ରଖିଥିଲେ । 

କାର୍ଯ୍ୟକ୍ରମରେ ବ୍ରିଗେଡିୟର ମିଶ୍ର କାର୍ଡିଆକ ସାଇନ୍‌ସେସ୍ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବାବେଳେ ଡାକ୍ତର ସାହୁ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଉଚିତ୍ ସମୟରେ ନିଦ୍ରା, ନିଜର ଅନ୍ତର୍ନିହିତ ରୋଗକୁ ନିୟନ୍ତ୍ରଣରେ ରଖିବା ସହ ନିୟମିତ ଡାକ୍ତରୀ ପରୀକ୍ଷା ମାଧ୍ୟମରେ କିଭଳି ହୃତ୍‌ପିଣ୍ଡର ଯତ୍ନ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । 

ସେହିପରି ଡାକ୍ତର ବନବିହାରୀ ମିଶ୍ର ଜରୁରୀକାଳୀନ ହୃତ୍ ସମସ୍ୟାର ଉପଚାର ସମ୍ପର୍କରେ ତଥ୍ୟ ରଖିବା ସହ ତମାଖୁ ସେବନର ପ୍ରଭାବ ଯୋଗୁଁ କିଭଳି ହୃତ ସମସ୍ୟା ସୃଷ୍ଟି ହେଉଛି ସେ ବିଷୟରେ ଡାକ୍ତର ମହାନ୍ତି ମତ ରଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.