ନୂଆଦିଲ୍ଳୀ,୭।୧୨: ଆମେରିକାର ହାୱାଇ ଦ୍ୱୀପପୁଞ୍ଜ ସ୍ଥିତ ବିଶ୍ବର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ଭାବରେ ପରିଚିତ କିଲାଉଥା ପୁଣିଥରେ ଉଦ୍‌ଗିରଣ। ଏହାର ନିଆଁ ଓ ଲାଭା-ପାଉଁଶ ୪୦୦ ମିଟର ଅର୍ଥାତ ୧୩୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଠୁଥିବାର ଦେଖିବାକୁ ମିଳିଛି। ଆଗ୍ନେୟଗିରି ଉଦଗିରଣର ଏଭଳି ଭିଡଓ ଖୁବ୍ ଭୟଙ୍କର ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହା ଗତ କିଛି ଦର୍ଷ ହେବ ଦୁନିଆରେ ହୋଇଥିବା ସବୁଠାରୁ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଘଟଣା।

ଆମେରିକାର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ୍) ରବିବାର ଘୋଷଣା କରିଛି ଯେ କିଲାଉଆର ହାଲେମାଉମାଉ କ୍ରେଟରରେ ଭୟଙ୍କର ବିସ୍ଫୋରଣ ଆରମ୍ଭ ହୋଇଛି, ଯାହା ଏକ ବିରଳ ଦୃଶ୍ୟ। ଗର୍ତ୍ତ ଭିତରେ ପ୍ରାୟ ତିନୋଟି ଏକକାଳୀନ ଲାଭା ଝରଣା ବାହାରୁଛି, ପ୍ରତ୍ୟେକଟି ପ୍ରାୟ ୪୦୦ମିଟର (୧,୩୦୦ ଫୁଟ) ଉଚ୍ଚତାରେ ପହଞ୍ଚିଛି। ୟୁଏସଜିଏସ୍ ବୈଜ୍ଞାନିକଙ୍କ ଅନୁଯାୟୀ, ଏତେ ଉଚ୍ଚତାରେ ଏକକାଳୀନ ତିନୋଟି ସମାନ୍ତରାଳ ଲାଭା ବାହାରୁଥିବା କିଲାଉଆର ଇତିହାସରେ ବହୁତ କମ୍ ଦେଖାଯାଇଛି।

କୁହାଯାଉଛି ଯେ, ଏହି ବିସ୍ଫୋରଣ ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା। କିଛି ମିନିଟ୍ ରେ ଲାଭା ଆକାଶକୁ ଲାଲ କରିଦେଇଥିଲା। ରାତିର ଅନ୍ଧାରରେ ଏହି ଦୃଶ୍ୟ ଖୁବ୍ ସ୍ପଷ୍ଟ ଦେଖାଯାଉଛି। ଏପର୍ଯ୍ୟନ୍ତ ଲାଭା କେବଳ କ୍ରେଟର ଭିତରେ ସୀମିତ ରହିଛି ଓ ହାୱାଇ ଜ୍ୱାଳାମୁଖୀର ନ୍ୟାସନାଲ ପାର୍କର ବାହାରେ କୌଣସି ଅଞ୍ଚଳ ବିପଦରେ ନାହିଁ। ୟୁଏସଜିଏସ୍ ହାୱାଇ ଜ୍ୱାଳାମୁଖୀ ଅବଜରଭେଟରିର ମୁଖ୍ୟ ବୈଜ୍ଞାନିକ କେନ୍ ହୋନ୍ କହିଛନ୍ତି। ଠିକ୍ ସମାନ ଉଚ୍ଚତାରେ ଏବଂ ସମନ୍ୱୟରେ ଲାଭା ବାହାରୁଛି। ଏହା ଏଭଳି ଦୃଶ୍ୟ ଯାହା ଦଶନ୍ଧି ଧରି ଦେଖାଯାଇ ନାହିଁ। ଏହା କିଲାଉଆର ଶକ୍ତି ଏବଂ ସୌନ୍ଦର୍ଯ୍ୟ ଉଭୟର ପ୍ରମାଣ। ଏପର୍ଯ୍ୟନ୍ତ କେହି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌ ରିପୋର୍ଟ ମିଳିନାହିଁ। ଆଖପାଖ ଅଞ୍ଚଳରେ ହାଲୁକା ପାଉଁଶ ପଡ଼ିବାର ଆଶଙ୍କା ରହିଛି, ତେଣୁ ସ୍ଥାନୀୟ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।