ଦୁବାଇ,୦୬/୦୮: ଘରୋଇ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୬ରନ୍‌ରେ ଜିତି ଭାରତ ସିରିଜ ଡ୍ର’ କରିବା ସହ ଚଳିତ  ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲ୍ୟୁଟିସି) ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପୂର୍ବରୁ ଏହି ସ୍ଥାନରେ ଥିବା  ଇଂଲଣ୍ଡ ଚତୁର୍ଥକୁ ଖସିଛି । 

ଓଭାଲ ଟେଷ୍ଟରେ ବିଜୟ ସହ ଭାରତ  ମୋଟ ୧୨ପଏଣ୍ଟ ହାସଲ କରିଥିଲା । ଗିଲ୍‌ ବାହିନୀ ୫ମ୍ୟାଚ୍‌  ବିଶିଷ୍ଟ ସିରିଜରେ ମୋଟ ୨୮ ପଏଣ୍ଟ ପାଇଥିବାବେଳେ ଇଂଲଣ୍ଡ  ୨୬ପଏଣ୍ଟ ହାସଲ କରିଥିଲା । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍‌  ଜିତିଥିବାବେଳେ ଗୋଟିଏ ଡ୍ର’ କରିଥିଲେ । ମାତ୍ର ଲର୍ଡ୍ସ ଟେଷ୍ଟରେ  ମନ୍ଥର ବୋଲିଂ ଅପମାନ ପାଇଁ ଇଂଲଣ୍ଡ ୨ପଏଣ୍ଟ ହରାଇଥିଲା । ଭାରତ ୪୬.୬୭% ଏବଂ ଇଂଲଣ୍ଡ ୪୩.୩୩% ସହ ତୃତୀୟ  ଓ ଚତୁର୍ଥରେ ରହିଛନ୍ତି । ଅଷ୍ଟ୍ରେଲିଆ ସର୍ବାଧିକ ୩୬ପଏଣ୍ଟ  (୧୦୦%) ସହ ତାଲିକାରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଶ୍ରୀଲଙ୍କା ୧୬ପଏଣ୍ଟ (୬୬.୬୭%) ସହ ଦ୍ୱିତୀୟ ସ୍ଥାନରେ ରହିଛି ।