ନୂଆଦିଲ୍ଲୀ : ଆରମ୍ଭ ହୋଇ ଯାଇଛି ୩ୟ ବିଶ୍ୱଯୁଦ୍ଧ । ଦୁଇ ମହାଶକ୍ତି ରୁଷ୍‌ ଓ ଆମେରିକାର ୟୁକ୍ରେନ ଯୁଦ୍ଧରେ ସିଧାସଳଖ ସାମିଲ ହେବା, ଏହା ସାବ୍ୟସ୍ତ କରିଛି। ପୋଲିଟିକୋ ନ୍ୟୁଜପେପର ଅନୁସାରେ, ୟୁକ୍ରେନ ସେନାର ପୂର୍ବତନ କମାଣ୍ଡର ଇନ୍‌-ଚିଫ୍‌ ଭାଲେରୀ ଜାଲୁଜନି ଏକ କାର୍ଯ୍ୟକ୍ରମ ବେଳେ ଏହି କଥା କହିଛନ୍ତି। ଜାଲୁଜନି ଏହି କଥା ଉପରେ ନଜର ଦେଇ କହିଛନ୍ତି ,ବର୍ତ୍ତମାନରେ ସଂଘର୍ଷ ଇରାନ , ଉତ୍ତର କୋରିଆ ଓ ଚୀନ୍‌ ଭଳି ଅନ୍ୟ ଶକ୍ତିଶାଳୀ ଦେଶ ଗୁଡ଼ିକର ସୀମାରୁ ଆଗକୁ ବଢିବାକୁ ଲାଗିଛି। 

ଜାଲୁଜନି କହିଛନ୍ତି , ମୋ ମତରେ ୨୦୨୪ରେ ଆମେ ସଂପୂର୍ଣ୍ଣ ଭାବେ  ଭାବି ନେବା ଯେ, ୩ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି। ସେ କହିଛନ୍ତି, ଏଥିରେ ଉତ୍ତର କୋରିଆର ସୈନିକଙ୍କ ସଂପୃକ୍ତି , ଇରାନୀ ଡ୍ରୋନ୍‌ର ଉପଯୋଗ କରି ନାଗରିକଙ୍କୁ ଜାଣିଶୁଣି ଟାର୍ଗେଟ୍‌ କରିବା, ତଥା ଉତ୍ତର କୋରିଆ ଓ ଚୀନରୁ ହତିଆର ଆଣିବା, ସଂଘର୍ଷର ବ୍ୟାପକତାକୁ ସ୍ପଷ୍ଟ ଦର୍ଶାଉଛି। 

ଯୁଦ୍ଧ ରଣନୀତି ଉପରେ ଜେଲେନସ୍କିଙ୍କ ସହ ଅସହମତି ଯୋଗୁଁ ସେନା ପଦରୁ ହଟି ଥିବା ଜାଲୁଜନିଙ୍କ କହିବାନୁସାରେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୟୁକ୍ରେନର କ୍ଷେତ୍ରରେ ରୋକା ଯାଇ ପାରେ। ହେଲେ ସେ ଟିପ୍ପଣୀ କରିଛନ୍ତି କି , କୌଣସି କାରଣରୁ ଆମର ପାର୍ଟନର ଏହାକୁ ବୁଝିବାକୁ ମନା କରୁଛନ୍ତି। ସେ ଜୋର ଦେଇ କହିଛନ୍ତି – ଉନ୍ନତ ଟେକନିକ୍‌ ସହ , ୟୁକ୍ରେନ୍‌ ତିଷ୍ଠି ପାରେ , କିନ୍ତୁ ଅଧିକ ସମର୍ଥନ ବିନା ବିଜୟ ଅନିଶ୍ଚିତ।   

ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଘୋଷଣା କରିଛନ୍ତି ଯେ , କ୍ରେମଲିନ ଗୁରୁବାର ୟୁକ୍ରେନ୍‌ ଉପରେ ଏକ ନୂଆ ମଧ୍ୟମ ଦୂରତାର ବାଲେଷ୍ଟିକ ମିସାଇଲ ମାଡ଼ କରିଛି , ଯାହା କିଭ୍‌ ଦ୍ୱାରା ନିକଟରେ ରୁଷୀୟ କ୍ଷେତ୍ର ମଧ୍ୟରେ ହମଲା କରିବାରେ ସକ୍ଷମ ଆମେରିକୀୟ ଓ ବ୍ରିଟିଶ ମିସାଇଲର ମୁତୟନର ଜବାବରେ କରାଯାଇଛି।

ପୁଟିନ ତାଙ୍କର ସମ୍ୱୋଧନରେ ଦାବି କରିଛନ୍ତି ଯେ, ନୂଆ ମିସାଇଲ , ଯାହାକୁ ଓରେଶନିକ ( ରୁଷ୍‌ରେ ହେଜଲନଟ ଟ୍ରି କୁହାଯାଏ) କୁହାଯାଏ , ଶବ୍ଦର ଗତି ଠାରୁ ୧୦ ଗୁଣା ଅଧିକ ଏବଂ ଆମେରିକୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀର ପ୍ରଭାବ ଠାରୁ ବାହାରେ ରହିଛି। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି କି, ଏହି ମିସାଇଲ କୌଣସି ବି ୟୁକ୍ରେନୀ ସହଯୋଗୀକୁ ଟାର୍ଗେଟ୍‌ କରିପାରେ, ଯାହାର ହତିଆର ରୁଷ୍ ବିରୋଧରେ ବ୍ୟବହାର କରାଯାଏ।

ଉଲ୍ଲେଖନୀୟ ଯେ , ୨୪ ଫେବ୍ରୁଆରୀ ୨୦୨୨ରୁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବୈଶିକ ଫଳସ୍ୱରୂପ ଏକ ବିନାଶକାରୀ ସଂଘର୍ଷ ପାଲଟିଛି। ନିକଟରେ କରାଯାଇ ଥିବା ହମଲା ଗତ କିଛି ଦିନରେ ଦ୍ରୁତ ଗତିରେ ବଢୁଥିବା ଉତ୍ତେଜନାକୁ ଜାଗ୍ରତ କରିଥାଏ। ଜେଲେନସ୍କି କହିଛନ୍ତି ଯେ, ପୁଟିନଙ୍କର ମିସାଇଲ ହମଲା ଯୁଦ୍ଧର ପରିମାଣ ଓ କ୍ରୁରତାରେ ବୃଦ୍ଧି ଘଟାଇଛି। ଏବେ ସୁଦ୍ଧା କୌଣସି ସମାଧାନ ନଜର ଆସୁ ନାହିଁ । ପୂର୍ବ ଓ ଦକ୍ଷିଣୀ ୟୁକ୍ରେନ୍‌ରେ ପ୍ରବଳ ଲଢେଇ ଜାରି ରହିଛି।