ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

China: ଫୋନ ଯୋଗେ କଥାହେଲେ ସି ଜିଙ୍ଗପିଙ୍ଗ ଓ ଭ୍ଲାଦିମିର ପୁଟିନ, ଜାଣନ୍ତୁ ପୁରା ଖବର...

Published By : Bijay Swain | February 24, 2025 11:13 PM

Image courtesy: indiatoday

ନୂଆଦିଲ୍ଲୀ: ସୋମବାର ଚାଇନା ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ଓ ଋଷିୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ ଯୋଗେ କଥା ହୋଇଛନ୍ତି। ଯୁକ୍ରେନ ଯୁଦ୍ଧକୁ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ କଥା ହୋଇଥିବା ଜଣାପଡିଛି। ଏହି ମାମଲାରେ ଚାଇନା ନିଜର କୂଟନୈତିକ ସମର୍ଥନ ଜଣାଇବ ବୋଲି ଘୋଷଣା କରିଛି। 

ଚାଇନା ରାଜ୍ୟ ଖବର ସରବରାହ ସଂସ୍ଥା ଜୁହାନ ଟିଭି ଏନେଇ ଖବର ପ୍ରସାରଣ କରିଛି। ଚାଇନା ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶକୁ ପରାମର୍ଶ ଦେଉଥିଲା। ବର୍ତ୍ତମାନ ଉଭୟ ଦେଶ ଏନେଇ ପଦକ୍ଷେପ ନେବା ପରେ ଚାଇନା ଏହି ମାମଲାରେ ଖୁସି ବ୍ୟକ୍ତ କରିଛି। ବେଜିଂ ସର୍ବଦା ଶାନ୍ତି ଓ ଯୁଦ୍ଧ ନକରିବା ପାଇଁ ବର୍ତ୍ତା ଦେଇଥାଏ ବୋଲି ରିପୋର୍ଟ ପ୍ରକାଶ ପାଇଛି। 

ଅନ୍ୟପଟେ କ୍ରେମିଲିନ ମଧ୍ୟ ଏହି ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ କଥାବର୍ତ୍ତା ହୋଇଥିବା ନେଇ ସୂଚନା ଦେଇଛି। ଉଭୟ ନେତା ଫୋନ ଯୋଗେ ଉଭୟଙ୍କ ସହ କଥା ହୋଇଛନ୍ତି। ତେବେ ଆମେରିକା ଓ ଋଷର ଅଧିକାରିମାନହ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ଏହି କଥାବର୍ତ୍ତା ହୋଇଛନ୍ତି ବୋଲି କ୍ରେମଲିନ ଇଙ୍ଗିତ କରିଛି। କିନ୍ତୁ ପ୍ରକୃତରେ କେଉଁ ଘଟଣାକୁ ନେଇ ଉଭୟଦେଶ କଥା ହୋଇଛନ୍ତି ସେନେଇ କ୍ରେମଲିନ କୌଣସି ସୂଚନା ପ୍ରଦାନ କରିନାହିଁ। 

ବର୍ତ୍ତମାନ ଚାଇନା ଏହି ବୈଶ୍ୱିକ ବିବାଦରେ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛି ଓ ଋଷ ସହ ସମସ୍ତ ପ୍ରକାରର ରଣନୈତିକ ସହଭାଗୀତାରେ ସାଥ ଦେଉଛି। ତେବେ ଯୁଦ୍ଧ ନକରି କଥାବର୍ତ୍ତା କରି ଉଭୟପକ୍ଷ ମାମଲାର ସମାଧାନ କରନ୍ତୁ ବୋଲି ଚାଇନା ଆରମ୍ଭରୁ କହି ଆସିଛି। ଗୋଟିଏ ମାସ ମଧ୍ୟରେ ସି ଜିଙ୍ଗପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ଏହା ଦ୍ୱିତୀୟ ଥରର କଥାବର୍ତ୍ତା। ଗତ ଜାନୁୟାରୀ ମାସ ୨୧ ତାରିଖରେ ଉଭୟ ନେତା ଭିଡିଓ କଲିଂ ଯୋଗେ କଥାବର୍ତ୍ତା ହୋଇଥିଲେ। ଉଭୟ ଦେଶ ମଧ୍ୟରେ ଭୂ-ରାଜନୈତିକ ସମ୍ପର୍କରେ ଯଥେଷ୍ଟ ବୃଦ୍ଧି ଘଟୁଛି।

ଋଷ ଓ ଆମେରିକାର ଅଧିକାରୀମାନଙ୍କ ମଧ୍ୟରେ ରିୟାଦରେ ଏକ ବୈଠକ ହୋଇଥିଲା। ଯେଉଁଠି ଯୁକ୍ରେନ ଯୁଦ୍ଧ ବନ୍ଦ ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଠାରେ କଣ ନିଷ୍କର୍ଷ ବାହାରିତା ତାହା ଉପରେ ସାରା ବିଶ୍ୱର ନଜର ଥିବା ବେଳେ ପୁଟିନ ୱଏହି ବୈଠକ ବିଷୟରେ ବ୍ରିକ୍ସରେ ଥିବା ନିଜ ସହଯୋଗୀଙ୍କୁ ଜଣାଇବେ ବୋଲି ଘୋଷଣା କରିଥିଲେ। 

ତେବେ ଉଭୟ ଋଷ ଓ ଚାଇନା ଏହି ସଂଗଠନର ପ୍ରାରମ୍ଭିକ ସଦସ୍ୟ ହୋଇଥିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ବ୍ରିକ୍ସ ସଂଗଠନରେ ମୋଟ ୧୦ଟି ଦେଶ ସାମିଲ ହୋଇସାରିଥିବା ବେଳେ ବର୍ତ୍ତମାନ ବିଶ୍ୱର ଅନେକ ବଡବଡ ଦେଶ ଏହି ସଂଗଠନରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.