ମୁମ୍ବାଇ,୨୪/୩ : ଆଇପିଏଲ୍ ୨୦୨୬ର ଗୋଟିଏ ବି ମ୍ୟାଚ୍ ଖେଳିବେନି । ତଥାପି ଜନୈକ ଖେଳାଳୀଙ୍କୁ ମିଳିବ କୋଟି କୋଟି ଟଙ୍କା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜ୍ଞା ହଁ ଏଭଳି ଜଣେ ଖେଳାଳୀ ଅଛନ୍ତି ୨୦୨୬ରେ ସେ ଗୋଟିଏ ବି ମ୍ୟାଚ୍ ଖେଳିବେନି । କିନ୍ତୁ ଫ୍ରାଞ୍ଚାଇଜ୍ ତାଙ୍କୁ କୋଟି କୋଟି ଟଙ୍କା ଦେବ । ଏଭଳି କି ସେ ଆହତ ବି ହୋଇନାହାନ୍ତି । ତେବେ ଏତେ ସବୁ ପରେ ଫ୍ରାଞ୍ଚାଇଜ୍ କାହିଁକି ବାଧ୍ୟ ତାଙ୍କୁ ଟଙ୍କା ଦେବାକୁ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ ରହିଛି ।

ଆଇପିଏଲ୍ ୨୦୨୬ର ଆରମ୍ଭ ପୂର୍ବରୁ ଡିଫେଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ଝଟକା । ଗତ ବର୍ଷ ଆରସିବିକୁ ତାଜ୍ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ନିଭାଇଥିବା ଷ୍ଟାର ବୋଲର ୟଶ ଦୟାଲ ପୂରା ସିଜନରୁ ବାହାରି ଯାଇଛନ୍ତି । ମଙ୍ଗଳବାର ଆରସିବିର କ୍ରିକେଟ ନିର୍ଦ୍ଦେଶକ ମୋ ବାବଟ ଏହି କଥା ଉପରେ ମୋହର ଲଗାଇଦେଇଛନ୍ତି । ସେ କହିଛନ୍ତି କି ୟଶ ଦୟାଲ ବ୍ୟକ୍ତିଗତ ସମସ୍ୟାରେ ଗତି କରୁଛନ୍ତି ଏବଂ ଏହି କାରଣରୁ ସେ ଆଇପିଏଲ୍ ୨୦୨୬ରେ ଉପଲବ୍ଧ ହେବେ ନାହିଁ ।

ୟଶ ଦୟାଲ ଆଇପିଏଲ୍ ୨୦୨୬ରେ ବାହାରି ଯାଇଛନ୍ତି, କିନ୍ତୁ ଆରସିବିର କ୍ରିକେଟ ନିର୍ଦ୍ଦେଶକ ମୋ ବାବଟ ଏହା ସ୍ପଷ୍ଟ କରିଛନ୍ତି କି ତାଙ୍କୁ କଣ୍ଟ୍ରାକ୍ଟରୁ ବାହାର କରାଯାଇନାହିଁ । ଏହି କାରଣରୁ ୟଶ ଦୟାଲ ଏହି ସିଜନରେ ବିନା କୌଣସି ମ୍ୟାଚ୍ ଖେଳି କୋଟି କୋଟି ଟଙ୍କା କଲେକ୍ସନ କରିବେ । ଗତ ଏକ ବର୍ଷରୁ ୟଶ ଦୟାଲ ନିଜ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆରସିବି ଷ୍ଟାର ଦ୍ରୁତବୋଲରଙ୍କ ଉପରେ ଭାରତର ଦୁଇ ଭିନ୍ନ ଭିନ୍ନ ରାଜ୍ୟରେ ଦୁର୍ବ୍ୟବହାରର ଅଭିଯୋଗ ରହିଛି । ଏଥିରୁ ଗୋଟିଏ ମାମଲା ନାବାଳିକା ସହ ବି ଯୋଡ଼ି ହୋଇଅଛି । ଏଥର ଜାନୁଆରିରେ ୟଶ ଦୟାଲଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଏକ ମାମଲାରେ ଜାମିନ ମିଳିଥିଲା । ମାତ୍ର ଏହା ପୂର୍ବରୁ ତଳ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ଆରସିବିର ନିର୍ଦ୍ଦେଶକ ୟଶ ଦୟାଲଙ୍କ ବାହାରେ ରହିବାର କାରଣ ବିଷୟରେ ସ୍ପଷ୍ଟ ଭାବରେ କହି ନାହାଁନ୍ତି । କିନ୍ତୁ ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ, ଆଇନଗତ କାରଣରୁ ଫ୍ରାଞ୍ଚାଇଜ୍ ତାଙ୍କୁ ବାଦ ଦେଇଛି । ତଥାପି, ମୋ ବାବଟ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୟଶ ଦୟାଲଙ୍କୁ ତାଙ୍କ ଚୁକ୍ତିରୁ ମୁକ୍ତ କରାଯାଇ ନାହିଁ । ଯଦି ତାହା ହୁଏ, ତେବେ ସେ ଆଇପିଏଲ୍୨୦୨୬ପାଇଁ ତାଙ୍କର ପୂର୍ଣ୍ଣ ଦରମା ପାଇବେ । ବାମହାତୀ ଦ୍ରୁତ ବୋଲରଙ୍କୁ ୨୦୨୬ସିଜନ ପାଇଁ ୫କୋଟିରେ ରିଟର୍ଣ୍ଣ କରାଯାଇଥିଲା ।