ଇନ୍ଦୋର; ୧୮/୧ : ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ୧-୧ରେ ରହିଥିବାବେଳେ ସିରିଜ୍ ବିଜୟ ପାଇଁ ଚାଲିଛି ରୋମାଞ୍ଚକର ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ । ତେବେ ମ୍ୟାଚ୍ ଆରମ୍ଭ ହେବା ପୁର୍ବର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟିମ୍ ଇଣ୍ଡିଆର ଓପନର ଜୟସ୍ବାଲ ଧ୍ରୁବ୍ ଜୁରେଲଙ୍କୁ ଚାପୁଡ଼ା ଉଚାଉଥିବା ଦେଖିବାକୁ ମିଳିଛି । ତେବେ ଏହା କାହିଁକି ହେଲା ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବାବେଳେ ଏହି ଭିଡିଓ ବେଶ ଭାଇରାଲ ହେଉଛି ।
Dhruv Jurel teasing Yashasvi Jaiswal after the practice session, and Jaiswal almost slapped him 😂😂
— Sonu (@Cricket_live247) January 17, 2026
What do you think Dhruv Jurel said to trigger that reaction? pic.twitter.com/IXzdmiGp5e
ଟିମ୍ ବସକୁ ଭାରତୀୟ ଖେଳାଳିମାନେ ଆସୁଥିଲେ, ଠିକ୍ ଏହି ସମୟରେ ଜୁରେଲ ଜୟସ୍ବାଲଙ୍କ ସହ ମଜା କରିଥିଲେ । ଯାହା ଜୟସ୍ବାଲଙ୍କ ବୋଧେ ପସନ୍ଦ ଆସିନଥିଲା । ଆଉ ସେ ତାଙ୍କ ଉପରକୁ ହାତ ଉଠାଇଥିଲେ । ତେବେ ଏହା ମଜାରେ ଥିଲା । ଉଭୟ ହସିଥିଲେ । ମାତ୍ର ଏହି ସମୟର ଭିଡିଓ କଏଦ ହୋଇଯାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଫ୍ୟାନ୍ସମାନେ ଏହି ଭିଡିଓରେ ବହୁ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।
କହି ରଖୁଛୁ କି, ପନ୍ତ ଆହତ ହେବା ପରେ ଦିନିକିଆ ସିରିଜରେ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଥିଲା । ମାତ୍ର ସେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳିନି । ବିଜୟ ଜହାରେ ଟ୍ରଫିରେ ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ ଜୁରେଲ୍ ମାତ୍ର ତାଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ସେପଟେ ଜୟସ୍ବାଲ ମଧ୍ୟ ତିନୋଟି ଯାକ ଦିନିକିଆରେ ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ମିଳିନାହିଁ । ଶେଷ ଦିନିକିଆରେ ଭାରତ ବିଜୟ ହେବାକୁ ପ୍ରୟାସ କରିବ । ଇନ୍ଦୋରରେ ଖେଳାଯାଉଥିବା ମ୍ୟାଚରେ ବିଜୟ ହେଲେ ସିରିଜ୍ ଜିତିବ । ଏଣୁ ଉଭୟ ଦଳ ସିରିଜ୍ ବିଜୟ ଲକ୍ଷ୍ୟରେ ଖେଳୁଛନ୍ତି ।