ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମୁମ୍ବାଇ ଛାଡ଼ିଲେ ଯଶସ୍ୱୀ ଜୈସ୍ୱାଲ୍‌, ଏଣିକି ଗୋଆରୁ ଖେଳିବେ ଘରୋଇ କ୍ରିକେଟ

Published By : Prameya | April 3, 2025 2:08 PM

ମୁମ୍ବାଇ, ୦୩/୦୪: ଭାରତୀୟ ଦଳର ଯୁବ ଓପନର  ଯଶସ୍ୱୀ ଜୈସ୍ୱାଲ ଆଗାମୀ ସିଜନରେ ଗୋଆ ପକ୍ଷରୁ ଘରୋଇ  କ୍ରିକେଟ୍‌ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ମୁମ୍ବାଇ  କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ଏନ୍‌ଓସି ମଧ୍ୟ ମିଳି ସାରିଛି ।  ଗୋଆ ଏଥର ଏଲିଟ୍‌ ଗ୍ରୁପ୍‌କୁ ଉନ୍ନୀତ ହୋଇ ଥିବାରୁ ଆଗାମୀ  ସିଜନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଜୈସ୍ୱାଲଙ୍କୁ  ଗୋଆ ଦଳର ନେତୃତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।  

ଜୈସ୍ୱାଲ୍‌ ୨୦୧୯ରେ ମୁମ୍ବାଇ ପକ୍ଷରୁ ପଦାର୍ପଣ କରିଥିଲେ ।  ସେ ଇତି ମଧ୍ୟରେ ୩ଟି ଯାକ ଫର୍ମାଟ୍‌କୁ ମିଶାଇ ମୁମ୍ବାଇ ପକ୍ଷରୁ  ମୋଟ୍‌ ୬୩ଟି ମ୍ୟାଚ୍‌ ଖେଳିଛନ୍ତି । ରଣଜୀ ଟ୍ରଫିରେ ସେ  ୧୦ଟି ମ୍ୟାଚ୍‌ ଖେଳି ୫୩.୯୩ ହାରରେ ମୋଟ୍‌ ୮୬୩ ରନ  ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ  ରହିଛି । ୨୫ଟି ଲିଷ୍ଟ ଏ’ ମ୍ୟାଚ୍‌ରେ ସେ ୫୮.୯ ହାରରେ  ୧୨୯୬ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଦ୍ୱିଶତକ  ଓ ୪ଟି ଶତକ ରହିଛି । ସେହିପରି ୨୮ଟି ଟି-ଟ୍ୱେଣ୍ଟିରୁ  ୧୩୬.୪୨ ଷ୍ଟ୍ରାଇକ ରେଟ୍‌ରେ ୬୪୮ ରନ ସଂଗ୍ରହ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.