ଯୋଗୀ ମୁଲାୟମଙ୍କୁ କଲେ ପ୍ରଶଂସା , ଶିବପାଲଙ୍କୁ କହିଲେ ପେଣ୍ଡୁଲମ୍ ଓ ଫୁଟବଲ …

ମୈନପୁରୀ : ଗର୍ଜିଲେ ଯୋଗୀ ଆଦିତ୍ୟନାଥ। ଟାର୍ଗେଟ୍ କଲେ ଶିବପାଲ ଓ ଅଖିଲେଶଙ୍କୁ। ସ୍ଥାନ ଥିଲା ମୈନପୁରୀ ଲୋକସଭା ଉପନିର୍ବାଚନର ପ୍ରଚାର କାର୍ଯ୍ୟକ୍ରମ। ବିଜେପିର ଆଶାୟୀ ପ୍ରାର୍ଥୀ ରଘୁରାଜ ସିଂହ ଶାକ୍ୟଙ୍କର ପ୍ରଚାର କରିବାକୁ ସୋମବାର ସିଏମ୍ ଯୋଗୀ ମୈନପୁରୀରେ ପହଞ୍ଚିଥିଲେ। ଅଖିଳେଶ ଯାଦବଙ୍କ ଅଞ୍ଚଳ କରହଲରେ ଜନସଭାକୁ ସମ୍ୱୋଧିତ କରିଥିଲେ। ଯୋଗୀ ସେଠାରେ ମୁଲାୟମ ସିଂହ ଯାଦବ ଲୋକସଭାରେ କହିଥିବା କଥାକୁ ମନେପକାଇ ତାଙ୍କର ପ୍ରଶଂସା କରିଥିଲେ। ଯୋଗୀ ନିଜ ଭାଷଣରେ ଅଖିଳେଶଙ୍କ ସହ ଶିବପାଲ ଯାଦବଙ୍କୁ କରିଥିଲେ ଟାର୍ଗେଟ୍। ଶିବପାଲ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଫୁଟବଲ ଓ ପେଣ୍ଡୁଲମ୍ ବି କହିଥିଲେ। କହିଥିଲେ କି ଦାଦା ଶିବପାଲଙ୍କ ସ୍ଥିତି ପେଣ୍ଡୁଲମ୍ ପରି ହୋଇ ଯାଇଛି। ବିଚରାଙ୍କୁ ଗତ ଥର କେତେ ଅସମ୍ମାନ କରି ପଠାଇଲେ , ଚୌକି ବି ମିଳିଲାନି , ଚୌକିର ହ୍ୟାଣ୍ଡଲରେ ବସିବାକୁ ପଡ଼ିଥିଲା। ଜୀବନରେ ପେଣ୍ଡୁଲମ୍ କେବେ ହେବା ଉଚିତ୍ ନୁହେଁ , କାରଣ ପେଣ୍ଡୁଲମ୍ର କୌଣସି ଲକ୍ଷ୍ୟ ହିଁ ନଥାଏ।
ମୁଖ୍ୟମନ୍ତ୍ରୀ ଯୋଗୀ ମୁଲାୟମ ସିଂହ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ନିଜର ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ନେତା ଜୀ ୨୦୧୯ ପୂର୍ବରୁ ଲୋକସଭାରେ କହିଥିଲେ କି ଆଗାମୀ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ବିଜେପି ହିଁ ଜିତିବ। ତାଙ୍କର ଆଶୀର୍ବାଦରେ ବିଜେପି ଲଗାତାର ଜିତୁଛି। ଆଜମଗଡ ଓ ରାମପୁରରେ ମଧ୍ୟ ଆମର ପ୍ରାର୍ଥୀ ଜିତିଲେ । ଏବେ ତାଙ୍କର ଆଶୀର୍ବାଦରେ ମୈନପୁରୀରେ ମଧ୍ୟ ପଦ୍ମ ଫୁଟିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୈନପୁରାର ନିର୍ବାଚନ ମୈଦାନରେ ଶିବପାଲ ଯାଦବଙ୍କ ଉପରେ ବର୍ଷି କହିଥିଲେ ତାଙ୍କର ସ୍ଥିତି ପେଣ୍ଡୁଲମ୍ ଭଳି ହୋଇଯାଇଛି । ୟୁପୀ ନିର୍ବାଚନ ୨୦୨୨ର ଏକ ବାକ୍ୟକୁ ମନେପକାଇ ସିଏମ୍ ଯୋଗୀ କହିଛନ୍ତି କି ତାଙ୍କୁ ଚୌକି ମିଳୁନଥିଲା । ହ୍ୟାଣ୍ଡଲ ଉପରେ ବସିବାକୁ ପଡ଼ୁଥିଲା । ନାମ ନନେଇ କହିଥିଲେ କିଛି ଲୋକଙ୍କ ଅବସ୍ଥା ଫୁଟବଲ ପରି ହୋଇ ଯାଇଛି । କିଏ ଏପଟୁ କିଏ ସେପଟୁ କିକ୍ ମାରୁଛନ୍ତି । ସିଏମ୍ ଯୋଗୀ ଜୋରଦାର ଆକ୍ରମଣ କରି କହିଥିଲେ ଅଖିଲେଶ ଯାଦବ ଦୃଢଭାବେ ଶିବପାଲ ଯାଦଙ୍କୁ ବାହାର କରି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି , ସମ୍ମାନ-ସ୍ୱାଭିମାନ ପାଇଁ କାମ କରିବାକୁ ହେବ । ସେ ଅଖିଳେଶଙ୍କ ଉପରେ ହମଲା କରି କହିଥିଲେ ଏ କେବଳ ଇମୋସନାଲ କାର୍ଡ ଖେଳିବେ । କାମର କଥା କେହି କହିବେ ନାହିଁ । ସିଏମ୍ ଯୋଗୀ କହିଥିଲେ କିଛି ଲୋକ ନିଜକୁ ସମାଜବାଦୀ କୁହନ୍ତି , କିନ୍ତୁ ବାସ୍ତବିକ ଚରିତ୍ର ତାଙ୍କର କେବଳ ପରିବାରବାଦର । ସବୁକିଛି ପରିବାରର ହିଁ ଦରକାର । ପୂର୍ବେ ଯେବେ ଚାକିରି ବାହାରୁ ଥିଲା , ଏହାପରେ ଦାଦା ଆଦାୟ ପାଇଁ ଅଲଗା ବାହାରି ପଡ଼ୁଥିଲେ , ପୁତୁରା ବି ଅଲଗା ଯାଉଥିଲେ । ଏହାପରେ ଯୁବକଙ୍କୁ ଶୋଷଣ କରାଯାଉ ଥିଲା ଓ ଇଟୱା , ମୈନପୁରୀ ବଦନାମ ହେଉଥିଲା । ବିଜେପି ଯଦି ଜିତେ ତ ବିକାଶର ଧାରା ଏଠାରେ ବି ବହିବ ।