ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ

Published By : Harapriya Sethi | January 31, 2025 9:09 AM

ଭୁବନେଶ୍ୱର,୩୧/୦୧: ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଯୋଡ଼ିପତର ଗାଁର କୃଷ୍ଣଚନ୍ଦ୍ର ଦଳବେହେରା ବୋଲି ଜଣାପଡ଼ିଛି । କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ କଲେ ଗାଁ ଲୋକେ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଯୁବକ ଜଣକ କାମ କରିବାକୁ ଯାଉଥିଲେ । ତେବେ ସେଠାରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ଏକ ବାଡ଼ରେ ପଡ଼ିଥିଲା । ଏ ବିଷୟରେ ଯୁବକ ଜଣକ ଅବଗତ ନଥିଲେ । ଫଳରେ କାମ ଆରମ୍ଭ କରିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ଗାଁ ଲୋକଙ୍କୁ ଖବର ଦେଇ କ୍ଷତିପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି । 

ଏହି ଖବରଟିକୁ ପଢନ୍ତୁ- ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.