PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଭାତ ଖାଇଲେ ହେଉଛି ବାନ୍ତି ; ୨୧ ବର୍ଷ ହେବ କେବଳ ଚୁଡା , ମୁଢି ଖାଉଛନ୍ତି ଏହି ଯୁବକ

ମାଲକାନଗିରି/ମାଥିଲି : ଜଣେ ଯୁବକ ଭାତ ବଦଳରେ କେବଳ ଚୁଡ଼ା , ମୁଢି ଖାଇ ଜୀବନ ବିତାଉଛନ୍ତି । ତାଙ୍କୁ ଭାତକୁ ଦେଖିଲେ ଲାଗୁଛି ବାନ୍ତି । ଏମିତି ୨୧ ବର୍ଷ ଧରି ଏହି କଲେଜ ପଢୁଆ ଯୁବକ ଜଣଙ୍କ ସୁସ୍ଥ ଜୀବନ ବିତାଇ ଆସିଛନ୍ତି । ତାଙ୍କର ଏପରି ଖାଦ୍ୟରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ହୋଇନାହିଁ । ଏପରି ଘଟଣା ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାତ୍ରପୁଟ ଗାଁରେ ଘଟିଛି।  

ଯେତେବେଳେ ପୁଅ କିଶୋର ସଗରିଆ ଜନ୍ମହେବା ପରେ ଭାତ ପ୍ରତି ଅରୁଚିକୁ ବାପା ମାନୁ ସଗରିଆ ଓ ମାଆ ପାର୍ବତୀ ଜାଣିଲେ , ସେମାନେ ଚିନ୍ତାରେ ପଡ଼ିଗଲେ। ଆଜି ପର୍ଯ୍ୟନ୍ତ ଭାତ ଏବଂ ତରକାରୀ ଖାଇ ନାହାନ୍ତି  କିଶୋର । ମୁଢି, ଚୁଡ଼ା ଓ ରୁଟି ଖାଇ ଜୀବନ ବିତେଇଥିବା ପରିବାର ଓ ଗାଁ ଲୋକେ କହିଛନ୍ତି। ଏପଟେ ଡାକ୍ତର କିନ୍ତୁ କିଶୋରଙ୍କର ଏପରି ସ୍ଵଭାବକୁ ନେଇ ଦେହର ସ୍ୱାସ୍ଥ୍ୟ ବିଗିଡି ଯିବା କଥା କହିଛନ୍ତି ।

ବର୍ତ୍ତମାନ କିଶୋର ସଗରିଆଙ୍କ ବୟସ ୨୧ ବର୍ଷ । ବୟସ ବଢ଼ିବା ସହ ଭାତ ତରକାରୀ ପ୍ରତି ଥିବା ଅରୁଚି ଭାବ ମଧ୍ୟ ବଢିବାର ଲାଗିଥିଲା।ପିଲାଟି ବେଳରୁ ଭାତ ପ୍ରତି ତାଙ୍କର ଆଗ୍ରହ ନଥିଲା।ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ କିଶୋରଙ୍କୁ ଭାତ ଖୁଆଇବାରେ ବିଫଳ ହୋଇଥିଲେ । କିଶୋରଙ୍କ ଏପରି ସ୍ଵଭାବର ପ୍ରଭାବ ଦେଖି ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ। ପିଲାଦିନୁ ମୁଢି, ଚୁଡ଼ା ଓ ରୁଟି ପ୍ରତି କିଶୋରଙ୍କ ରୁଚି ବଢି ଥିଲା। ଏବେ ୨୧ ବର୍ଷ ହେଲାଣି ଏହିପରି ଚୁଡ଼ା,ମୁଢି ଓ ରୋଟି ଖାଇ ଜୀବନ ବିତାଉଛନ୍ତି ଓ ଏହାସହ ସୁସ୍ଥ ମଧ୍ୟ ଅନୁଭବ କରୁଛନ୍ତି ବୋଲି କିଶୋର କହିଛନ୍ତି ।

କିଶୋରଙ୍କ ପାଠ ପଢା ପ୍ରତି ବେଶ ଆଗ୍ରହ ଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ବାପାଙ୍କ ଅକାଳ ବିୟୋଗ ପରେ ନିଜେ ପରିବାର ଚଳେଇବାର ଦାୟିତ୍ୱ ନେଇଛନ୍ତି କିଶୋର। ନିଜେ ରୋଜଗାର କରି ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ସ୍ନାତକରେ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟ ପକ୍ଷରେ ଦୁଇ ଭାଇ ଓ ଭଉଣୀଙ୍କୁ ପାଠ ପଢ଼ାଉଛନ୍ତି। କିନ୍ତୁ ଦୀର୍ଘ ୨୧ ବର୍ଷ ମୁଢି,ଚୁଡ଼ା ଓ ରୁଟି ଖାଇ ରହିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।