କେନ୍ଦ୍ରାପଡ଼ା,୦୩/୦୮: ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। କେନ୍ଦ୍ରାପଡ଼ାର କଳପଡା ସେତୁରୁ ଲୁଣା ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରଖର ସ୍ରୋତରେ ୪ କିଲୋମିଟର ଭାସି ଯିବାପରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।
ସୂଚନା ମୁତାବକ, ମାର୍ଶାଘାଇ ବ୍ଲକ୍ ବଉଳାଙ୍ଗ ଗାଁର ଜଣେ ଯୁବତୀ କୌଣସି କାରଣରୁ ଚରମ ନିଷ୍ପତ୍ତି ନେଇଥିଲେ । ଆଜି ସକାଳୁ କଳପଡା ସେତୁ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକ ଦେଖିବା ପରେ ତାଙ୍କୁ ଉଦ୍ଧାର କରିବା ଉଦ୍ୟମ କରିଥିଲେ । ତିନି ଜଣ ଯୁବକ ଯୁବତୀଙ୍କ ପଛେ ପଛେ ନଦୀକୁ ଡେଇଁଥିଲେ। ତେବେ ପ୍ରଖର ସ୍ରୋତରେ ଯୁବତୀ ୪ କିଲୋମିଟର ଭାସିଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଯୁବତୀ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନଦୀକୁ ଡେଇଁବା କାରଣ ଅସ୍ପଷ୍ଟ ରହିଛି।