କାଶୀପୁର, ୧୯।୧ : ମାଲବାହୀ ଟ୍ରେନ ୱାଗନରୁ  ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର।  ନରଣପୁର୍ ରେଳ ଷ୍ଟେସନ୍ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ବେଗନା ଗ୍ରାମର  ହିତାଂସୁ କୁମାର ସେଠୀ। ସେ  କାଶୀପୁରରେ ଏକ ଇଲେକ୍ଟ୍ରି ଦୋକାନ କରିଥିବା ଜଣାପଡିଛି।  ତେବେ ତାଙ୍କୁ ହତ୍ୟା କରି ଝୁଲେଇ ଦିଆଯାଇଥିବା ଅନୁମାନ କରାଯାଉଛି। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।