ବଡବିଲ ୧୫।୨ : ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ନୟାଗଡ଼ ନେକଡ଼ାପାଲି ନିକଟରେ ହାତୀ ଦଳିଦେବାରୁ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଶରଧାପଙ୍କ ଗାଁର ସନ୍ତୋଷ ମାଝୀ ।
ଶନିବାର ସେ ନିକଟସ୍ଥ ନୟାଗଡ଼ ହାଟକୁ ଯାଇଥିବାବେଳେ ଭୋର୍ ସମୟରେ ଜଙ୍ଗଲ ରାସ୍ତାରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଖବର ପାଇ ବନ କର୍ମଚାରୀ ଓ ବାମେବାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବାମେବାରୀ ସେକ୍ସନରେ ଏବେ ୧୫ ଟିକିଆ ହାତୀ ପଲ ରହିଥିବା ବେଳେ ଗୁରୁବେଡ଼ା ଜଙ୍ଗଲରେ ୯ ଟିକିଆ ହାତୀ ପଲ ଚଳ ପ୍ରଚଳ କରୁଥିବା ସୂଚନା ରହିଛି ।