​​​​​​​ରାୟଗଡା, ୧୭।୨ : ଦୁଇ ବାଇକ୍ ମଧ୍ୟରେ  ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକ୍ ତଳେ ଚାପି ହୋଇ ଜଣେ ଯୁବକର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଦୁର୍ଘଟଣା ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ନିକଟରେ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ଥାନା  ମାଣ୍ଡିବିଶି ଗାଁର ରାଜେସ ବାଗ।

ରାଜେସ ତାଙ୍କ ସମ୍ପର୍କୀୟଙ୍କ ସହିତ ରାୟଗଡା ଠାରୁ ନିଜ ଗାଁ  ମାଣ୍ଡିବିଶିକୁ ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ରାଜେସ ତଳେ ଛିଟିକି ପଡ଼ିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ରାଜେସ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ହିଁ ରାଜେସ ର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଲାଗରହିଥିଲା। ପରେ ଚାନ୍ଦିଲି ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ପୁଲିସ ଦୁର୍ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ ଚିକିତ୍ସାଳୟକୁ ପଠାଇଛି।