ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଗଛତଳେ ଠିଆ ହୋଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

Published By : Prameya | April 12, 2025 8:53 PM

ଭଞ୍ଜନଗର,୧୨/୪ – କାଳବୈଶାଖୀ ବର୍ଷା ପାଇଁ ଗଛ ତଳେ ଠିଆ ହୋଇଥିଲେ।  ବଜ୍ରାଘାତରେ ଚାଲିଗଲା   ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ ନାଟଙ୍ଗା ରତ୍ନପୁର ଗ୍ରାମର ରବିନ୍ଦ୍ର ନାଥ ଗୈାଡ(୩୨) ।

ସବୁଦିନ ଭଳି ଗାଈଗୋରୁ ଗୋଠ ନେଇ ରବିନ୍ଦ୍ର ଚରାଇବାକୁ ନେଇଥିଲେ। ହଠାତ୍ ଅପରାହ୍ନ ସାଢେ଼ ୪ ଟା ରେ କାଳବୈଶାଖୀ ପ୍ରଭାବରୁ ଘଡଘଡି ସହ ବର୍ଷା ହୋଇଥିଲା। ରବିନ୍ଦ୍ର ଗାଈଗୋଠ କୁ ନେଇ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ହଠାତ୍ ସେଠାରେ ବଜ୍ରାଘାତ ହୋଇଥିଲା। ଆଉ ଘଟଣାସ୍ଥଳରେ ରବିନ୍ଦ୍ର ସଂଜ୍ଞାହୀନ ହୋଇ ତଳେ ପଡି ଯାଇଥିଲେ। ସେଠାରେ ଥିବା ଅନ୍ୟ କିଛି ବ୍ୟକ୍ତି ବିଶେଷ ଙ୍କ ସହାୟତା ରେ ଗୁରୁତର ରବିନ୍ଦ୍ର ଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଯାଇଥିଲା। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସଂପର୍କରେ ସୂଚନା ପାଇ ଗାଙ୍ଗପୁର ଥାନା ପୁଲିସ ଭଞ୍ଜନଗର ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.